ଘରୋଇ ବସ୍‌ ଚଳାଚଳ ପ୍ରଭାବିତ ନେଇ ପୁଲିସକୁ ଦାୟୀ କଲା ବସ୍‌ ମାଲିକ ସଂଘ

ରାଜ୍ୟରେ ଘରୋଇ ବସ୍‌ ଚଳାଚଳ ପ୍ରଭାବିତ ହେବା ପ୍ରସଙ୍ଗରେ ପୁଲିସକୁ ଦାୟୀ କରିଛନ୍ତି ବସ୍‌ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ।

ପୁଲିସ ଉପସ୍ଥିତିରେ ଆମ ବସ୍‌ ଡ୍ରାଇଭରଙ୍କୁ ଅପମାନିତ କରାଯାଉଛି, ପୁଲିସ ସୁରକ୍ଷା ଦେବାକୁ କହି ଦେଉନି, ଆମେ କିପରି ଚଳାଇବୁ, ରାସ୍ତାରେ ଗାଡ଼ିକୁ ଅଟକାଉଛନ୍ତି, ପୁଲିସ ଥାଇ କିଛି କରୁ ନାହିଁ, ଗାଡ଼ି ପାର୍କିଂରେ ତ୍ରୁଟି କଲେ ଜରିମାନା, ସେମାନେ ରାସ୍ତାରେ ଟେଣ୍ଟ ମାରିଲେଣି, ଆମେ ଯାତ୍ରୀଙ୍କୁ କିମ୍ବା ଆମ ଡ୍ରାଇଭରଙ୍କୁ ସୁରକ୍ଷା ଦେଇପାରୁ ନାହୁଁ ବୋଲି ଦେବେନ୍ଦ୍ର ସାହୁ କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes