ସୁଦୂର ବାଙ୍ଗାଲୁରକୁ କାମ କରିବାକୁ ଯାଇ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲା ବଂଶପାଳ ବ୍ଲକ ଗୋପପୁର ଗ୍ରାମର ମନ୍ଦାକିନୀଙ୍କ ମୃତ ଦେହ ଆଜି ତାଙ୍କ ଗ୍ରାମରେ ପହଁଚିଛି।
ପ୍ରଶାସନର ହସ୍ତକ୍ଷେପ ପରେ ତାଙ୍କ ମୃତ ଦେହ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସେ ତାଙ୍କ ଭଉଣୀଙ୍କ ସହ ଦୁଇ ମାସ ତଳେ ଯାଇଥିଲେ। ତେବେ ହଠାତ୍ ଝାଡାବାନ୍ତି ହେବାରୁ ତାଙ୍କର ମୃତ୍ୟୁ ଚିକିତ୍ସାଧୀନ ଅବସ୍ଥାରେ ହୋଇଥିଲା।