କେନ୍ଦୁଝର ଅଟେଇ ଜଙ୍ଗଲରେ ବୁଲୁଛି ମହାବଳ ବାଘ

ଘଟଗାଁ ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ଏକ ମହାବଳ ବାଘ ବୁଲୁଥିବାର ଫଟୋ ଟ୍ରାପ କ୍ୟାମେରାରେ କଏଦ ହୋଇଛି । ବାଘର ବୟସ ୩ରୁ ୪ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଶିମିଳିପାଳ ରୁ କରଞ୍ଜିଆ ଦେଇ ବାଘଟି ଆସି ପୁଣି ଫେରୁଛି । ଖାଦ୍ୟ ଅନ୍ୱେଷଣ ପାଇଁ ବାହାରକୁ ବାଘ ଆସିଥାଇପାରେ ବୋଲି କୁହାଯାଉଛି। ବନ ବିଭାଗ ବାଘ ଗତିବିଧି ଉପରେ ନଜର ରଖିଥିବାବେଳେ ଅଟେଇ ଜଙ୍ଗଲ ରାସ୍ତାରେ ବାରିକେଡ ଦେଇ ଯାତାୟତ ଉପରେ କଟକଣା ଲାଗୁ କରିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes