କୂଅ ସଫେଇ କରୁ କରୁ ଜଣେ ମୃତ ,ଜଣେ ଗୁରୁତର

କଳାହାଣ୍ଡି ଜିଲ୍ଲା -କଲମପୁର ବ୍ଳକ ଅଧିନସ୍ତ ପରୁଆଗୁଡା ଠାରେ ୨୪ ଫୁଟ ଗଭୀର ବିଶିଷ୍ଟ ଏକ କୂଅ ସଫେଇ କରୁଥିବା ବେଳେ ଅଣନିଶ୍ୱାସୀ ହୋଇ ଦୁଇ ଜଣ ଗୁରୁତର ହୋଇ ପଡ଼ିଥିଲେ ଘଟଣାସ୍ଥଳକୁ ଦମକଳ ବାହିନୀ ପହଂଚି ଉଦ୍ଧାର କଲାପରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।

ଉଭୟ ଗୁରୁତରଙ୍କ ମଧ୍ୟରୁ ଜଣକର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି।।ଅନ୍ୟ ଜଣକୁ ଅବସ୍ଥା ସାଙ୍ଘାତିକ ଅବସ୍ଥାରେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ମୃତ ଜଣକ ହେଲେ ପରୁଅଗୁଡା ଗ୍ରାମର ସଦାଶିବ ମାଝୀ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes