ଆଜି କିସ୍ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ ସମାବର୍ତ୍ତନ ଉତ୍ସବରେ କିସ୍ ଛାତ୍ରଛାତ୍ରୀଙ୍କ ସଫଳତାର ପଛରେ ଅନେକ ଲୋକଙ୍କ ଅବଦାନ ରହିଛି ଏବଂ ଏକ ଭଲ ହୃଦୟ ଜଣେ ଭଲ ମଣିଷ ତିଆରି କରେ ବୋଲି ବିଶିଷ୍ଟ ବୌଦ୍ଧ ଧର୍ମ ଗୁରୁ ତଥା ରିପା ଅନ୍ତର୍ଜାତୀୟ କେନ୍ଦ୍ରର ଆଧ୍ୟାତ୍ମିକ ନିର୍ଦ୍ଦେଶକ ଗେତୃଲ୍ ଜିଗ୍ମେ ରିନ୍ପୋଚେ କହିଛନ୍ତି ।
ଆଗାମୀ ଦିନରେ ସେହିମାନଙ୍କ ପ୍ରତି କୃତଜ୍ଞ ରହିବାକୁ ସେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ମାନସିକ ବିକାଶ ସହ ଆମକୁ ଆମ ହୃଦୟର ବିକାଶ କରିବାକୁ ପଡ଼ିବ । ଅନ୍ୟକୁ ସାହାଯ୍ୟ କରିବା ହେଉଛି ପ୍ରକୃତ ଶିକ୍ଷା ବୋଲି କହିଛନ୍ତି ।