ବାହାଘରରୁ ଫେରିବାବେଳେ ଯୁବକଙ୍କୁ ପିଟି ପିଟି ମାରିଦେଲେ

ଗତକାଲି ବିଳମ୍ବିତ ରାତିରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜେ ଗଂଗାଧରପୁର ଗ୍ରାମର ବିଦ୍ୟାଧର ମାଝୀ ଏକ ସାଙ୍ଗ ବାହାଘର ଭୋଜିରେ ଯୋଗଦାନ କରିବା ପାଇଁ ଭଦ୍ରକ ଆସି ଘରକୁ ଫେରୁଥିଲେ।

କିନ୍ତୁ କୌଣସି କଥାକୁ ନେଇ ବିଦ୍ୟାଧରଙ୍କ ସହ ଅନ୍ୟ ଯୁବକଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଯୁବକମାନେ ବିଦ୍ୟାଧରଙ୍କୁ ଏକ ବାଉଁଶ ଯୋଗେ ବାଡେଇ ବାଡେଇ ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।ଏ ସପର୍କରେ ଗ୍ରାମାଞ୍ଚଳ ଥାନାରେ ମାମଲା ରୁଜ୍ଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes