କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଏନ ଏଚ ୨୦ ରେ ବଡପଶି ଗ୍ରାମ ନିକଟରେ ଏକ ବ୍ରିଜା କାର ଓ ହାଇଭା ଟ୍ରକ ମୁହାଁ ମୁହିଁ ଧକ୍କା ହେବା ଫଳରେ ଚାରି ଜଣ ଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ଉଭୟ ଗାଡ଼ି ର ଚାଳକ ବର୍ତ୍ତି ଯାଇଛନ୍ତି। ଆଜି ଅପରାହ୍ନରେ କେନ୍ଦୁଝର କୁ ମେଳା ଦେଖିବାକୁ ପିପିଳିଆ ରୁ କାର ରେ କେନ୍ଦୁଝର ଆସୁଥିଲେ। ତେବେ ଉକ୍ତ ସ୍ଥାନରେ ରାସ୍ତା କାମ ଚାଲିଥିବା ରୁ ଗୋଟିଏ ପାର୍ଶ୍ୱରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ହାଇଭା ଟ୍ରକ୍ ସହିତ ଧକା ହୋଇଥିଲା। ଧକ୍କା ପରେ ଦୁଇ ଗାଡ଼ି ରାସ୍ତା କଡକୁ ଓଲଟି ଯାଇଥିଲା।