କାଉନସିଲରଙ୍କ ସ୍ଵାମୀଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ

ସୁବର୍ଣ୍ଣପୁର ଜିଲା ତରଭା ଏନଏସି ୧୦ ନମ୍ବର ୱାର୍ଡର ବିଜେଡି କାଉନସିଲର ନଳିନୀ ନାଏକଙ୍କ ସ୍ୱାମୀ ତଥା ଗଡ଼ଭିତର ଅଞ୍ଚଳର ସଞ୍ଜୀବ ଗୁରୁ ଓରଫ ରାଜା(୩୫)ଙ୍କୁ ଗତ ୭ ତାରିଖ ଦିନ ବିଳମ୍ବିତ ରାତିରେ ହତ୍ୟା କରାଯାଇଥିଲା ।

ଆଜି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ତାଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଶ୍ରୀତମ ଗୁରୁ (୩୦) ଯିଏକି ସଂପର୍କରେ ମୃତ ସଞ୍ଜୀବଙ୍କ କକା ପୁଅ ଭାଇ ହେବେ ସାମାନ୍ୟ ବଚସାକୁ କେନ୍ଦ୍ର କରି ସଞ୍ଜୀବଙ୍କୁ ହତ୍ୟା କରିଥିବା ପ୍ରକାଶ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes