କେନ୍ଦୁଝର ଜିଲ୍ଲା ପାଇଁ ଗୌରବ ଆଣିଥିବା ମହାନ୍ କଣ୍ଢେଇ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ପକ୍ଷରୁ ଦୁର୍ଗାପୂଜା କମିଟି, ଆଟୋପୂର୍ ପକ୍ଷରୁ ଆଜି ସନ୍ଧ୍ୟା ରେ ଭବ୍ୟ ସ୍ବାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।
ଆଜି କେନ୍ଦୁଝର ରେ ପହଞ୍ଚିବା ପରେ ତାଙ୍କୁ ଏକ ଶୋଭାଯାତ୍ରା ରେ ପାଛୋଟି ନିଆଯାଇଥିଲା। ଏହି ଅବସର ରେ ସନ୍ଦୀପ ବେହେରା ଙ୍କ ଆହ୍ବାନ କ୍ରମେ ଆୟୋଜିତ ସମ୍ବର୍ଧନା ସଭା ରେ ସହର ର ବିଭିନ୍ନ ବର୍ଗର ଲୋକ ଉପସ୍ଥିତ ରହି ଭାବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଜଣାଇଥିଲେ। କେନ୍ଦୁଝର ଗଡ ପୌରାଧକ୍ଷ ନୀକୁ ସାହୁ ଉପସ୍ଥିତ ହୋଇଥିଲେ।