ବାବାଜୀ କୃଷ୍ଣଚରଣ ଦାସଙ୍କ ୪୧ତମ ମହୋତ୍ସବ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବଡଖମାର ବରାହପଦର ମଠର ପ୍ରତିଷ୍ଠାତା ବାବାଜୀ କୃଷ୍ଣଚରଣ ଦାସଙ୍କ ୪୧ତମ ଶ୍ରାଦ୍ଧ ମହୋତ୍ସବ ଆଜି ପାଳିତ ହୋଇଯାଇଛି । ଏହି ଅବସରରେ ବାବାଜୀ କୃଷ୍ଣଚରଣ ଦାସଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା ସହିତ ସମସ୍ତ ସାଧୁଙ୍କ ପଦଧୌତ କରି ସାଧୁସେବା କରାଯିବା ସହ ନୂତନ ବସ୍ତ୍ର ପ୍ରଦାନ କରାଯାଇଥିଲା । ସ୍ବର୍ଗତ ବାବାଜୀ କୃଷ୍ଣଚରଣ ୧୯୩୮ ମସିହାରେ ବଡଖମାର ଠାରେ ବରାହପଦର ମଠ ପ୍ରତିଷ୍ଠା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes