କଂଗ୍ରେସରେ ସାମିଲ ହେଲେ ପୂର୍ବତନ ବିଧାୟକ ପ୍ରାଣବଲ୍ଲଭ ଓ ପୁଅ ନିର୍ମଳ ନାୟକ

କେନ୍ଦୁଝର ଜିଲ୍ଲାର ତେଲକୋଇ ଅଞ୍ଚଳର ଲଢ଼ୁଆ ଭୂମିପୁତ୍ର ପୂର୍ବତନ ବିଧାୟକ ପ୍ରାଣ ବଲ୍ଲଭ ନାୟକ ଓ ତାଙ୍କ ପୁଅ ନିର୍ମଳ ନାୟକ ଦଳରେ ଯୋଗ ଦେଇଛନ୍ତି।ଶିକ୍ଷକତା କରୁଥିବା ଶ୍ରୀନାୟକ ଅଶୀ ଦଶକରେ ଅବସର ନେଇ କଂଗ୍ରେସ ଦଳର ତେଲକୋଇ ବିଧାୟକ ଥିଲେ।ତାଙ୍କ ସମୟରେ ବହୁ ଉନ୍ନୟନ ମୂଳକ କାମ ହୋଇଛି।

ଦୀର୍ଘ ବହୁ ବର୍ଷ ଦଳୀୟ କାମରୁ ଅଲଗା ରହି ପୁଣି ଥରେ ଦଳରେ ପୁଅ ସହିତ ଯୋଗଦାନ କରିଛନ୍ତି। ନିର୍ମଳ ସାମ୍ବାଦିକତା କରିବା ସହ ବାପାଙ୍କ ପଥ ଅନୁସରଣ କରି ଲୋକଙ୍କ ସେବାପାଇଁ ରାଜନୀତିକୁ ଓହ୍ଲାଇଛନ୍ତ୍।ନୂତନ ଭାବେ ଯୋଗ ଦେଇଥିବା ପୂର୍ବତନ ବିଧାୟକ ସୁବର୍ଣ୍ଣ ନାୟକ ଓ ତାଙ୍କ ସ୍ତ୍ରୀ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes