ତେଲକୋଇ ବନାଞ୍ଚଳ ଅନ୍ତର୍ଗତ ଘୁଣ୍ଟିନାଳି ଗ୍ରାମ ନିକଟ ଝରଣାକୁ ପାଣି ପିଇବାକୁ ଆସିଥିବା ଏକ ହରିଣକୁ ବୁଲା କୁକୁରଙ୍କ ଆକ୍ରମଣର ଶିକାର ହୋଇଥିଲେ।
ଗ୍ରାମବାସୀ ମାନେ ଆହତ ହରିଣ କୁ ଉଦ୍ଧାର କରି ବନ ବିଭାଗ କୁ ହସ୍ତାନ୍ତର କରିଥିଲେ। ବନ ବିଭାଗ ତାର ଚିକିତ୍ସା କରୁଥିବା ବେଳେ ସୁସ୍ଥ ହେଲା ପରେ ପାଖ ଜଙ୍ଗଲ ରେ ଛାଡ଼ିଦେବେ ବୋଲି ସୂଚନା ମିଳିଛି। ଉକ୍ତ ଅଞ୍ଚଳରେ ବହୁ ସଂଖ୍ୟାରେ ହରିଣ ଓ ଅନ୍ୟାନ୍ୟ ଜୀବଜନ୍ତୁ ରହୁଥିବାରୁ ସେମାନଙ୍କ ସୁରକ୍ଷା ପ୍ରତି ଗୁରୁତ୍ବ ଦେବାକୁ ଦାବି ହେଉଛି।