ଆଦିବାସୀ ଅନ୍ଧ ମହିଳାଙ୍କ ଦକ୍ଷତା ବିକାଶ ଉପରେ ୨ ଦିନିଆ କର୍ମଶାଳା

ଏ ଆଇ ସି ବି ନ୍ୟାସନାଲ ଓମେନସ୍ ଫୋରମ୍ ଏବଂ ଓଡ଼ିଶା ଆସୋସିଏସନ୍ ଫର୍ ବ୍ଲାଇଣ୍ଡର ମିଳିତ ଆନୁକୂଲ୍ୟରେ ବାରିପଦା କଲେଜରେ ଆରମ୍ଭ ହୋଇଛି ଆଦିବାସୀ ଅନ୍ଧ ମହିଳାଙ୍କ ଦକ୍ଷତା ବିକାଶ ଉପରେ ୨ ଦିନିଆ କର୍ମଶାଳା ।

ଏହି କର୍ମଶାଳାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଛନ୍ତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସା । ଏହି ଅବସରରେ ଏ ଆଇ ସି ବି ନ୍ୟାସନାଲ ଓମେନସ୍ ଫୋରମ୍‌ର ଅଧ୍ୟକ୍ଷ ଡ଼ ମଞ୍ଜୁଳା ରଥ, ରମାଦେବୀ ବିଶ୍ବ ବିଦ୍ୟାଳୟର ସିଣ୍ଡିକେଟ୍ ସଦସ୍ୟ ଡ଼ କଳ୍ପନା ଦାସ ଏବଂ ଓଡ଼ିଶା ଆସୋସିଏସନ୍ ଫର୍ ବ୍ଲାଇଣ୍ଡର ସଭାପତି ସନ୍ୟାସୀ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes