ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ କ୍ରିପ୍ଟୋ କରେନ୍ସି ଲିଙ୍କ୍

ଆରଡବ୍ଲୁଏସ୍ଏସ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଂଜନ ଦାସଙ୍କ ଘର ରେଡ୍ ବେଳେ କ୍ରିପ୍ଟୋ ଲିଙ୍କ୍ ଠାବ କରିଛି ଭିଜିଲାନ୍ସ। ରେଡ୍ ବେଳେ ଡକ୍ୟୁମେଣ୍ଟ ନଷ୍ଟ ଉଦ୍ୟମ କରିଥିଲେ ନିହାର।

କିଛି ଡକ୍ୟୁମେଣ୍ଟ ଓ ଗୋଟିଏ ମୋବାଇଲ ନଷ୍ଟ ଉଦ୍ୟମ କରୁଥିବା ବେଳେ ଡକ୍ୟୁମେଣ୍ଟ ଗୁଡ଼ିକୁ ଉଦ୍ଧାର କରି କ୍ରିପ୍ଟୋ ଲିଙ୍କ୍ ପାଇଥିଲା ଭିଜିଲାନ୍ସ। କ୍ରିପ୍ଟୋ କାରବାର ନେଇ ୩୮ଟି ଡକ୍ୟୁମେଣ୍ଟ ପାଇଥିବା ଭିଜିଲାନ୍ସ କହିଛି। ଏ ପର୍ଯ୍ୟନ୍ତ ୨ଟି କୋଠା, ସମ୍ବଲପୁରରେ ୮ଟି ପ୍ଲଟ, ୨ଟି କାର୍, ୨ଟି ବାଇକ ଠାବ କରିଛି ଭିଜିଲାନ୍ସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes