କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ହବଳେଶ୍ୱର ପଞ୍ଚାୟତ ଜାବିନୀପୁର ଗ୍ରାମର ଦୁଇଟି ଗରିବ ଆଦିବାସୀ ପରିବାରର ଦୁଇ ଦମ୍ପତ୍ତି ଏକ ଅଟୋ ଭଡା କରି ସାତକୋଶିଆ ହାଟକୁ ଯାଇଥିଲେ ଏବଂ ଘରକୁ ଫେରୁଥିବା ବେଳେ ବିପରୀତ ପଟୁ ଏକ ଚିପ୍ସ ବୋଝେଇ ହାଇୱା ଅଟୋକୁ ଧକ୍କା ଦେବା ଫଳରେ ଚାରିଜଣଙ୍କ ମୃତ୍ୟୁ ଘଟିଛି l
ଅଟୋ ଚାଳକ ଗେଡ଼ମା ପଞ୍ଚାୟତ ଜଳସରପୁର ଗ୍ରାମର ଓକିଲ ଜେନା ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ମୃତକ ହେଲେ ଜମ୍ଭୀରା ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଆଖି ମୁଣ୍ଡା ଏବଂ ସନା ମୁଣ୍ଡା ଓ ତାଙ୍କ ସ୍ତ୍ରୀ ସୋମବାରୀ ମୁଣ୍ଡା ।