ଅଗ୍ନିଶମ ନିର୍ବାପକ ଓ ନିରାପତ୍ତା ନିୟମ କଡ଼ାକଡ଼ି ପାଇଁ ଚିଠି

ଦିଲ୍ଲୀ ଅଟ୍ଟାଳିକାରେ ଅଗ୍ନିକାଣ୍ଡ ପରେ ଓଡ଼ିଶା ଅଗ୍ନିଶମ ନିର୍ବାପକ ଓ ନିରାପତ୍ତା ନିୟମ ୨୦୧୭କୁ କଡ଼ାକଡ଼ି ପାଇଁ ଅଗ୍ନିଶମ ଡିଜି ଏସ.କେ ଉପାଧ୍ୟାୟ ଚିଠି ଲେଖିଛନ୍ତି।

ହୋଟେଲ, ଲଜିଂ, ସିନେମା ହଲ ଓ ଅତିଥି ଭବନ, ସରକାରୀ କୋଠା,ଉଚ୍ଚ ଅଟ୍ଟାଳିକା ଓ ହସ୍ପିଟାଲ ଉପରେ ନଜର ରଖିବାକୁ କହିଛନ୍ତି। ଡିଜି ମେ ୨୧ ସୁଦ୍ଧା ବିଭାଗ ପାଖରେ ଅଡିଟ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେବା ସହ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ନଥିଲେ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି। ଅଗ୍ନି ନିରାପତ୍ତା ତ୍ରୁଟି ଥିଲେ ୧୧୨ ଡାଏଲ କରି ସୂଚନା ଦେଇପାରିବେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes