ସାନ୍ତାଳୀ ଭାଷାକୁ ସଂଖ୍ୟା ଲଘୁ ଭାଷାର ମାନ୍ୟତା, କେଜିରୁ ପିଜି ଆଲାଚିକି ଭାଷାରେ ପାଠ ବ୍ୟବସ୍ଥା କରିବା ସହ ସମସ୍ତ ଭାଷା ଶିକ୍ଷକଙ୍କୁ ସ୍ଥାୟୀ କରିବା, ଜନଗଣନାରେ ସାରନା ଧର୍ମ ପାଇଁ ସ୍ଵତନ୍ତ୍ର କଲମ ରଖିବା, ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ସମେତ ଅନ୍ୟ ପରୀକ୍ଷାରେ ସାନ୍ତାଳୀ ଭାଷାକୁ ଅନ୍ତର୍ଭୁକ୍ତ କରିବା, ମେଡିକାଲ କଲେଜକୁ ସଂଗ୍ରାମୀ ବୀର ସିଦ କାହ୍ନୁ ମୁର୍ମୁଙ୍କ ନାମରେ କରିବା ଆଦି ଦାବିରେ ଏକ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଦାବି ପତ୍ର ପ୍ରଦାନ କରାଯାଇଛି।