କଳାହାଣ୍ଡି ଜିଲ୍ଲା ଏମ ରାମପୁର ବ୍ଳକ ଲୁବେନ ଗଡକୁ ସଂଯୋଗ କରୁଥିବା ବୁଢ଼ା ନଦୀ ପୋଲ ନିର୍ମାଣରେ ଲାଗିଥିବା ଓଲଡିଂ ମେସିନ ସୁଇଚ ବନ୍ଦ କରିବାକୁ ଯିବାବେଳେ ପର୍ଶୁରାମ ଓରଫ ମଣ୍ଟୁ ନାମକ ଜଣେ ଯୁବକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ ।
ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ମୃତ ଘୋଷଣା କରିଥିଲେ ।ମୃତ ଯୁବକ କୋକସରା ଥାନା ଖୁଣ୍ଟିଆ ଗ୍ରାମର ବୋଲି ଜଣାପଡିଛି ।