ବୌଦ୍ଧ ଠାରୁ ରେଢ଼ାଖୋଲ ମୁଖ୍ୟ ରାସ୍ତା କିଆକଟା ଛକ ନିକଟରେ ଆଜି ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁର୍ଘଟଣା ଘଟିଥିଲା।
ଏଥିରେ ତିନି ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଇକ ଆରୋହୀ ରାମପୁର ଗ୍ରାମର ଗଙ୍ଗାଧର ମିର୍ଦ୍ଧାଙ୍କ ମୃତ୍ୟୁ ହୋଇଥିବା ନେଇ ଡାକ୍ତର ପ୍ରକାଶ କରିଛନ୍ତି।