ବନାଗ୍ନିରେ ଜଳିଗଲା ଦିବ୍ୟାଙ୍ଗ ଚାଷୀଙ୍କ ବଗିଚା

କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜର ବିଭିନ୍ନ ଜଙ୍ଗଲ ଏବେ ନିଆଁର ଆଁ ଭିତରେ ରହିଥିବା ବେଳେ ଜଙ୍ଗଲ ନିଆଁ ଏବେ ଗାଁ ମୁହାଁ ହୋଇଛି ।

ଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ରବିବାର ପାଟଣା ବ୍ଲକ ଧନୁର୍ଯ୍ୟୟପୁର ଗାଁ ର ପଟାସ ଜଙ୍ଗଲରେ ନିଆଁ ଲାଗି ଜଙ୍ଗଲ ନିକଟରେ ଥିବା ଦିବ୍ୟାଙ୍ଗ ଚାଷୀ ରଇବୁ ମହାନ୍ତଙ୍କ କଦଳୀ ବଗିଚା ସହ ପନି ପରିବା ଚାଷ ନଷ୍ଟ ହେବା ସହ ଆଖୁ ବାଡ଼ି ଓ ପାଳଗଦା ଜଳି ପୋଡି ନଷ୍ଟ ହୋଇଯାଇଛି। ଖବର ପାଇ ବନ ବିଭାଗର ଫାୟାର ସ୍କ୍ୱାର୍ଡ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ତାଙ୍କ ଘର ନିଆଁ ଦାଉରୁ ଅଳ୍ପକେ ବର୍ତ୍ତି ଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes