ରୋଗ କାରଣରୁ ଲୁଗୁନଙ୍କ ମୃତ୍ୟୁ ଘଟିଛି: ଏସ୍‌ପି

ରାଉରକେଲା ଉଦିତନଗର ଥାନା ଏଏସଆଇ ଆଲିଶା ଲୁଗୁନ ମୃତ୍ୟୁ ଘଟଣାରେ ରାଉରକେଲା ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି, ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ତାଙ୍କ ମୃତ୍ୟୁ ମାଡ଼ରୁ ନୁହେଁ, ରୋଗ ଜନିତ ବୋଲି ସ୍ପଷ୍ଟ ହୋଇଛି।

ଲୁଗୁନଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିଲା, ଏଏସ୍‌ଆଇ ଲୁଗୁନଙ୍କୁ କେହି ମାଡ଼ ମଧ୍ୟ ମାରିନାହାନ୍ତି, ଲୁଗୁନ ଏକ ରୋଗରେ ପୀଡ଼ିତ ଥିଲେ। ରୋଗ କାରଣରୁ ଲୁଗୁନଙ୍କ ମୃତ୍ୟୁ ଘଟିଛି, ଲୁଗୁନଙ୍କ ମୃତ୍ୟୁ ମାମଲାରେ ଆଉ ୩୦୨ ଦଫା ଲାଗିବନି ବୋଲି ଏସ୍‌ପି କହିଛନ୍ତି।

ନାବାଳିକା ଦୁଷ୍କର୍ମୀକୁ ଫାଶି ଦଣ୍ଡାଦେଶ

୨୦୧୬ ଟାଉନ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣାରେ ଦୋଷୀକୁ ଫାଶି ଦଣ୍ଡାଦେଶ ଦେଲେ ସ୍ୱତନ୍ତ୍ର ପକ୍ସୋ କୋର୍ଟ।

୫ ବର୍ଷର ଝିଅକୁ ଅପହରଣ କରି ଦୁଷ୍କର୍ମ ଓ ହତ୍ୟା କରିଥିଲା।

ମନ୍ତ୍ରୀ ସାରଦା ନାୟକଙ୍କୁ ଗିରଫ ଦାବିରେ ଥାନା ଘେରାଉ

ଛୁଞ୍ଚି ଫୋଡ଼ି ରକ୍ତ ଟାଣିବା ଓ ଟଙ୍କା ଉଡ଼ାଇବା ଘଟଣାରେ ଗିରଫ ଦାବି କରି ରାଉରକେଲା ରଘୁନାଥପାଲି ଥାନା ଘେରିଲା ବିଜେପି ଯୁବମୋର୍ଚ୍ଚା।

ଗତକାଲି ସାରଦା ନାୟକଙ୍କ ଛୁଞ୍ଚି ଫୋଡ଼ି ରକ୍ତ ଟାଣିବା ଓ ଟଙ୍କା ଉଡ଼ାଇବା ଫୋଟ ଭାଇରାଲ ହୋଇଥିଲା।

ଦନ୍ତାହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ

ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ରେଞ୍ଜ ଫୁଲବାରୀ ପଞ୍ଚାୟତ ଲାଖପଡ଼ା ଗାଁରେ ଏହି ଘଟଣା ଘଟିଛି।

ହାତୀ ଘର ଭାଙ୍ଗୁଥିବା ବେଳେ ଯୁବକ ଦୌଡ଼ି ପଳାଉଥିଲେ। ଯୁବକଙ୍କୁ କଚାଡ଼ି ଦଳିଦେଲା ଦନ୍ତା।

ଲୁଟ୍ ଉଦ୍ଦେଶ୍ୟରେ ଗୁଳିମାଡ଼, ବର୍ତ୍ତିଗଲେ ଯୁବକ

ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା କେ.ବଲାଙ୍ଗ ପାଟା ସାହି ରେଲୱେ ସାଇଡିଂରେ ଗୁଳିମାଡ଼ ହୋଇଛି।

ଶ୍ରମିକଙ୍କ ପାଇଁ ବୋନସ୍ ନେଇ ଆସୁଥିବା ବେଳେ ବାଇକରେ ଆସି ୨ ଦୁର୍ବୃତ୍ତ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି।

ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ହୋଟେଲ ‘ଅନୁରାଗ’ରେ ଯାଞ୍ଚ

ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜ ମୃତ୍ୟୁ ଘଟଣାରେ ହୋଟେଲ ‘ଅନୁରାଗ’ ଯାଇ ଯାଞ୍ଚ କରିଛି ତଦନ୍ତକାରୀ ଟିମ୍‌।

ହୋଟେଲ ‘ଅନୁରାଗ’ର ମ୍ୟାନେଜରଙ୍କୁ ଏସ୍‌ପି ଅଫିସରେ ଜେରା କରାଯାଇଛି। ହୋଟେଲ ‘ରାଧିକା’ରେ ସୁସ୍ମିତା ରହିଥିଲେ ବୋଲି କୁହାଯାଉଥିଲା। କ’ଣ ପାଇଁ ହୋଟେଲ ‘ଅନୁରାଗ’ ଯାଞ୍ଚ ହେଲା ଜଣାପଡ଼ିନି।

ଆଉ ଏକ ଦନ୍ତାର ମୃତଦେହ ଠାବ

ସୁନ୍ଦରଗଡ଼ ଜିଲ୍ଲା ଓରାଘାଟ ଗାଁ ପାରମସାହି ନିକଟ ଜଙ୍ଗଲରେ ମୃତଦେହ ଠାବ ହୋଇଛି।

ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ୨ ଦିନ ତଳୁ ମରିଥିବା ସନ୍ଦେହ କରାଯାଇଛି।

ଘର ଭିତରୁ ୪ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା ବ୍ରାହ୍ମଣୀତରଙ୍ଗ ଥାନା ତୁମରନ୍ ଗାଁରେ ଏହି ଘଟଣା ଘଟିଛି।

ପୁଅକୁ ହତ୍ୟା କରି ବାପା ଟାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ବାପାକୁ ଅଟକ ରଖିଛନ୍ତି ଗ୍ରାମବାସୀ।

ମା’ଝିଅ ଉଦ୍ଧାର ଘଟଣାରେ ଏନଏଚଆରସିଙ୍କ ରିପୋର୍ଟ ତଲବ

ସୁନ୍ଦରଗଡ଼ରୁ ମା’ ଝିଅ ଉଦ୍ଧାର ଘଟଣାରେ ସୁନ୍ଦରଗଡ଼ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଏନଏଚଆରସି ରିପୋର୍ଟ ତଲବ କରିଛନ୍ତି।

ସୁପ୍ରିମକୋର୍ଟ ଆଇନଜୀବୀଙ୍କ ପିଟିସନ ଆଧାରରେ ରିପୋର୍ଟ ତଲବ କରିଛନ୍ତି। ଏହା ସହ ୪ ସପ୍ତାହ ମଧ୍ୟରେ ଆକ୍ସନ ଟେକେନ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ଦୁଷ୍କର୍ମ ନେଇ ଅଭିଯୋଗ ଆସିନି, ପରିବାର ବି ଅଭିଯୋଗ କରି ନାହାନ୍ତି: ଏସ୍‌ଡିପିଓ

ସୁନ୍ଦରଗଡ଼ରୁ ଉଦ୍ଧାର ମା’, ଝିଅଙ୍କ ସଂପର୍କରେ ଏସ୍‌ଡିପିଓ କହିଛନ୍ତି, ସେମାନେ ଛତିଶଗଡ଼ ତୁମଳା ଥାନା ଖାରିବାହାଲ ଗାଁର ବାସିନ୍ଦା।

ଏନେଇ ଆସିଥିବା ମହିଳାଙ୍କ ସାନ ଭଉଣୀ ମଧ୍ୟ ସୂଚନା ଦେଇଛନ୍ତି। ଦୁଷ୍କର୍ମ ନେଇ ଅଭିଯୋଗ ଆସିନି, ପରିବାର ବି ଅଭିଯୋଗ କରି ନାହାନ୍ତି, ଯିଏ ଦୁଷ୍କର୍ମ କଥା କହୁଛନ୍ତି, କେଉଁ ଆଧାରରେ କହୁଛନ୍ତି ଜାଣିନୁ, ଯଦି ଦୁଷ୍କର୍ମ ଅଭିଯୋଗ ଆସେ ତାହେଲେ ତଦନ୍ତ କରାଯିବ, ସେମାନେ ମାନସିକ ସ୍ତରରେ ଅସ୍ଥିର ଅଛନ୍ତି, ପରିବାର ନେବାକୁ ଚାହୁଁଛି ବୋଲି ଏସ୍‌ଡିପିଓ କହିଛନ୍ତି।

Nuakhai wishes