ବୀରମହାରାଜପୁର ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା ସଭା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟର ଇତିହାସ ବିଭାଗ ପକ୍ଷରୁ ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ସଦ୍ୟ ପିଏଚଡି ଡିଗ୍ରୀ ପ୍ରାପ୍ତ କରିଥିବା ଡ. ବନ୍ଦିତା ବିଶ୍ଵାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠିତ ସଭାରେ କଲେଜର ଅଧ୍ୟକ୍ଷ ସୁଦାମ ଚରଣ ସାହୁ ସଭାପତିତ୍ବ କରିଥିବାବେଳେ ପ୍ରାଧ୍ୟାପିକା ଗୀତାଞ୍ଜଳି ପୁଜାହାରୀ ମୁଖ୍ୟ ଅତିଥି ଏବଂ ଅଧ୍ୟାପକ ସତ୍ୟନାରାୟଣ ଦାଶ, ଡ. ଶିଶିର ବଣିଆ, ଅଧ୍ୟାପକ ନରେନ୍ଦ୍ର ଝା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଇତିହାସ ବିଭାଗ ମୁଖ୍ୟ ଡ.ହିମାଂଶୁ ଶେଖର ପାଢ଼ୀ ସଭାର ସଂଯୋଜନା କରିଥିବାବେଳେ ଡ.ବନ୍ଦିତା ବିଶ୍ୱାଳ ମଞ୍ଚାସୀନ ଥିଲେ ।

ମାଲେଶ୍ରୀ-୨୦୨୩ ପାଇଁ ସାଂସ୍କୃତିକ ଶୋଭାଯାତ୍ରା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଅଷ୍ଟମ ଲୋକମହୋତ୍ସବ “ମାଲେଶ୍ରୀ-୨୦୨୩’ ଆଜି ସନ୍ଧ୍ୟାରେ ଉଦଘାଟିତ ହେବାର କାର୍ଯ୍ୟକ୍ରମ ରହିଛି ।

ଏଥି ସକାଶେ ଆଜି ପୂର୍ବାହ୍ନରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ମାଲେଶ୍ରୀ ମଣ୍ଡପ ଯାଏ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ସଙ୍କୀର୍ତ୍ତନ ପରିବେଷଣ କରାଯିବା ସହ ଅନେକ ଅଧିକାରୀ, ବୁଦ୍ଧିଜୀବୀ, ସମାଜସେବୀ ଓ ଆୟୋଜକ କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ସନ୍ଥ କବି ଭୀମ ଭୋଇଙ୍କ ପୀଠକୁ ଜାତୀୟ ସ୍ମାରକୀ ଘୋଷଣା ଦାବି

ସୁବର୍ଣ୍ଣପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ସନ୍ଥ କବି ଭୀମ ଭୋଇଙ୍କ ପୀଠକୁ ଜାତୀୟ ସ୍ମାରକୀ ଘୋଷଣା ସହ ଏକ ଗବେଷଣା କେନ୍ଦ୍ରର ପ୍ରତିଷ୍ଠା ଏବଂ ଜିଲ୍ଲାକୁ ଦ୍ଵିତୀୟ ରେଳପଥର ଅନୁମୋଦନ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ଦକ୍ଷତା ବିକାଶ ଓ ଉଦ୍ୟାମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରେ ଇ-ମେଲ ଓ ଡାକ ମାଧ୍ୟମରେ ଅନୁରୋଧ କରାଯାଇଛି ।

ସନ୍ଥ କବି ଭୀମ ଭୋଇଙ୍କ ପୀଠକୁ ଜାତୀୟ ସ୍ମାରକୀ ଘୋଷଣା ଦାବି

ସୁବର୍ଣ୍ଣପୁର ଜିଲ୍ଲା ସଚେତନ ନାଗରିକ ମଞ୍ଚ ପକ୍ଷରୁ ସନ୍ଥ କବି ଭୀମ ଭୋଇଙ୍କ ପୀଠକୁ ଜାତୀୟ ସ୍ମାରକୀ ଘୋଷଣା ସହ ଏକ ଗବେଷଣା କେନ୍ଦ୍ରର ପ୍ରତିଷ୍ଠା ଏବଂ ଜିଲ୍ଲାକୁ ଦ୍ଵିତୀୟ ରେଳପଥର ଅନୁମୋଦନ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ଦକ୍ଷତା ବିକାଶ ଓ ଉଦ୍ୟାମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରେ ଇ-ମେଲ ଓ ଡାକ ମାଧ୍ୟମରେ ଅନୁରୋଧ କରାଯାଇଛି ।

କୂଅରେ ପଡି ଦୁଇ ନିଷ୍ପାପ ଶିଶୁ କନ୍ୟା ମୃତ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୁଖ୍ୟ ଛକ ଠାରେ ଏକ କୂଅରେ ପଡି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ।

ଦୁଇ ଶିଶୁ କନ୍ୟା ଖେଳୁଥିବା ବେଳେ ଘର ପଛରେ ଥିବା ଏକ କୁଅରେ ଅସାବଧାନତା ବଶତଃ ପଡିଯାଇଥିଲେ । ଶିଶୁଦ୍ବୟ ଯଥାକ୍ରମେ ଆଲୋକ ମିଶ୍ରଙ୍କ ଏକମାତ୍ର ଝିଅ ଦିଶା ମିଶ୍ର ( ୩ ବର୍ଷ) ଏବଂ ସଂଗ୍ରାମ ଶତପଥିଙ୍କ ଏକମାତ୍ର ଝିଅ ସିଦ୍ଧିଶ୍ରୀ ଶତପଥି (ଦେଢ଼ ବର୍ଷ) ବୋଲି ଜଣାପଡିଛି ।

ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଉଫୁଲା ପଞ୍ଚାୟତ ଅନ୍ତର୍ଗତ ଟିଠିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୋମବାର ରାଜ୍ୟ ପୁରସ୍କାରପ୍ରାପ୍ତ ଶିକ୍ଷକ ମେଘନାଦ ଭୋଇଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମେହେରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ପରିଚାଳନା କମିଟି ସଭାପତି ବିଦେଶୀ ମହାକୁର, ଶିକ୍ଷକ ମୋହନ ଜଗଦଲା, ଗିରିଶ ତ୍ରିପାଠୀ, ମାନସ ସାହୁ ପ୍ରମୁଖ ଯୋଗଦେଇ ଶ୍ରୀ ଭୋଇଙ୍କ କାର୍ଯ୍ୟ ଓ ଛାତ୍ରବତ୍ସଳତାର ଉଚ୍ଚ ପ୍ରଶଂସା କରିଥିଲେ । ଶ୍ରୀ ଭୋଇଙ୍କୁ ଉପଢୌକନ ଓ ଫୁଲତୋଡ଼ା ପ୍ରଦାନ କରାଯାଇଥିଲା ।

ପୁଅର ଗୁଳିମାଡ଼ରେ ବାପା ଗୁରୁତର, ବୁର୍ଲା ସ୍ଥାନାନ୍ତର

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଚିନାଜୁରୀ ଗାଁରେ ନିଶାସକ୍ତ ପୁଅ ଉନ୍ମତ୍ତକାଣ୍ଡ ଘଟାଇଛି।

ନିଶାସକ୍ତ ଅବସ୍ଥାରେ ଘରେ ବୋହୂ ସହ ଝଗଡ଼ା କରିଥିଲା ପୁଅ। ବାପା ବିରୋଧ କରିବାରୁ ଗୁଳିମାଡ଼ କରିଥିବା ସୂଚନା ମିଳିଛି।

ସପ୍ତଦୀପା ପକ୍ଷରୁ ଭ୍ରାମ୍ୟମାଣ ସାରସ୍ଵତ ସମାରୋହ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସପ୍ତଦୀପା ସାହିତ୍ୟ ସଂସଦ ପକ୍ଷରୁ ଶନିବାର ୧୦୭ତମ ଭ୍ରାମ୍ୟମାଣ ସାରସ୍ଵତ ସମାରୋହ ସ୍ଥାନୀୟ ମୈତ୍ରୀ ସଦନ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ଉପସଭାପତି ଲକ୍ଷ୍ମୀନାରାୟଣ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ କବି ଦ୍ଵୀତିକୃଷ୍ଣ ପଣ୍ଡା ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ତାଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯାଇଥିଲା ।

କୋଶଳ ସମନ୍ୱୟ ସମିତି ପକ୍ଷରୁ ଉତ୍କଳ ଦିବସକୁ ବିରୋଧ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୈତ୍ରୀ ସଦନ ଠାରେ ଶନିବାର ପୂର୍ବାହ୍ନରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ସରକାରୀ ଭାବରେ ଉତ୍କଳ ଦିବସ ପାଳନ କରାଯାଉଥିବା ବେଳେ କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଏହାର ତୀବ୍ର ବିରୋଧ କରାଯିବାର ଦେଖିବାକୁ ମିଳିଥିଲା । କୋଶଳ ସମର୍ଥକମାନେ ମୈତ୍ରୀ ସଦନର ମୁଖ୍ୟ ଗେଟ ଖୋଲି ଭିତରକୁ ଧସେଇ ପଶିବା ସହ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ବିଭିନ୍ନ ନାରା ଦେଇଥିଲେ । ପରେ ମୈତ୍ରୀ ସଦନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଉପଖଣ୍ଡ ପ୍ରଶାସନ ପକ୍ଷରୁ ଓଡ଼ିଶା ଦିବସ ପାଳିତ

ବୀରମହାରାଜପୁର ସ୍ଥିତ ମୈତ୍ରୀ ସଦନ ପରିସରରେ ଶନିବାର ପୂର୍ବାହ୍ନରେ ଉପଖଣ୍ଡ ପ୍ରଶାସନ ପକ୍ଷରୁ ଓଡ଼ିଶା ଦିବସ ତଥା ସୁବର୍ଣ୍ଣପୁର ଜିଲ୍ଲା ଗଠନର ୩୦ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ଉପଜିଲ୍ଲାପାଳ ଅଶୋକ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋତିଲାଲ ସୁଲିଆ, ପୂର୍ବତନ ଜିଲ୍ଲା ଉଚ୍ଚଶିକ୍ଷା ପରାମର୍ଶଦାତା ଡ.ପ୍ରଫୁଲ୍ଲ ରଥ, ଉପଖଣ୍ଡ ସାମ୍ବାଦିକ ସଂଘର ସଭାପତି ସ୍ଵୟମ୍ଭୁନାଥ ଖଣ୍ଡଗିରି, ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର, ବୀରମହାରାଜପୁର ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡ. ହିମାଂଶୁ ପାଢ଼ୀ, ଅଧ୍ୟାପିକା ଯାମିନୀ ଦାଶ, ଶିକ୍ଷାବିତ୍ ଭୁଷଣ ପାତ୍ର ଓ ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

Nuakhai wishes