୨୦୨୩ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ବର୍ତ୍ତମାନ ନିର୍ମିତ ହେଉଥିବା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଖେଳାଯିବ ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ।

ଏହାର ଲୋଗୋ ଆଜି ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ହେବ।ତେବେ ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ହେବ ।

ମୃତକଙ୍କ ପରିବାରକୁ ମିଳିଲା କ୍ଷତିପୂରଣ

ଅନୁଗୁଳ ଜିଲ୍ଲା ତାଳଚେର ସୋମବାର ଦିନ ହିଙ୍ଗୁଳା କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଗବନ୍ଧୁ ବାଘଙ୍କ ପରିବାର ବର୍ଗକୁ କ୍ଷତିପୂରଣ ପାଇଁ ତିନି ଦିନ ଆନ୍ଦୋଳନ ପରେ ଏମସିଏଲ ପକ୍ଷରୁ କ୍ଷତିପୂରଣ ଦିଆଯାଇଛି ।

ମାନ୍ୟବର ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନଙ୍କ ପ୍ରଚେଷ୍ଟାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ସର୍ବମୋଟ ୩୦,୬୦,୨୭୫ ଟଙ୍କା ଆଜି ପ୍ରଦାନ କଲେ ।

ଖାରାଡ଼ା ଠାରେ ବିଷୁବ ସଂକ୍ରାନ୍ତି ପାଳିତ

କାଶୀନଗର ବ୍ଲକର ଖାରାଡ଼ା ଗ୍ରାମରେ ଆଜି ବିଷୁବ ମିଳନ ତଥା ପଣା ସଂକ୍ରାନ୍ତି ପାଳିତ ହୋଇଛି।

ଖାରାଡ଼ା ସରପଞ୍ଚ ଅଖିଳ ପାତ୍ର ହନୁମାନଙ୍କ ଫୋଟରେ ମାଲ୍ୟାର୍ପଣ କରିଥିଲେ ଏବଂ ଏକ ବନ୍ଧୁ ମିଳନ ଉତ୍ସବ ହୋଇଥିଲା। ଶେଷରେ ଓଡ଼ିଆ ନବ ବର୍ଷ ପାଇଁ ପଣାର ଆୟୋଜନ କରାଯାଇଥିଲା।

ଦଳିତ ସମାଜ ପକ୍ଷରୁ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳୀ

ଆଜି ଭାରତ ରତ୍ନ ବାବା ସାହେବ ଡ଼ା.ବି.ଆର୍. ଆମ୍ବେଦକରଙ୍କ ୧୩୨ ତମ ଜନ୍ମତିଥି ଅଲ୍ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ପକ୍ଷରୁ ମହା ସମାରୋହରେ ପାଳନ କରାଯାଇଅଛି।

ଏହି ଅବସରରେ ଏ.ଜି.ଛକ ଠାରେ ବାବା ସାହେବଙ୍କ ପ୍ରତିମୂର୍ତ୍ତିରେ ପରିଷଦ ପରିବାର ପକ୍ଷରୁ ପୁଷ୍ପ ମାଲ୍ଯ ଅର୍ପଣ କରାଯିବା ସହିତ ପରିଷଦ ପରିସରରେ ଏକ ସଭାର ଆୟୋଜନ କରାଯାଇଥିଲା ।

Nuakhai wishes