ପିକନିକ୍‌ ଯିବା ବେଳେ ଦୁର୍ଘଟଣା; ୩ ଛାତ୍ର ମୃତ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ଶାଳଭଙ୍ଗା ଜଙ୍ଗଲ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି।

ପିକନିକ୍‌ ଯିବା ବେଳେ ଟ୍ରକ୍‌-ବସ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଦଶମ ଶ୍ରେଣୀର ୩ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଗୁରୁତର ଅଛନ୍ତି।

ଜଙ୍ଗଲରେ ଦନ୍ତାହାତୀର ମୃତଦେହ

ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେଞ୍ଜ ଜାମୁସାହି ଜଙ୍ଗଲରେ ପଡ଼ିଛି ମୃତଦେହ।

ହାତୀମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ପହଞ୍ଚିଛି ବନ ବିଭାଗ।

ଚମ୍ପତିପୁରରେ ରେଳ ଷ୍ଟେସନ ଦାବିରେ ରାସ୍ତା ଅବରୋଧ

ନୟାଗଡ଼ ଜିଲ୍ଲା ୫୭ନଂ ଜାତୀୟ ରାଜପଥ ଇଟାମାଟି ଠାରେ ରାସ୍ତା ରୋକିଲେ ଲୋକେ।

ରାସ୍ତା ଅବରୋଧ ଯୋଗୁଁ ଅଟକି ରହିଛି ଶତାଧିକ ଗାଡି।

ଭୁବନେଶ୍ବରର ମୁଖ୍ୟ ଜାଗାରେ ୨୭ ପ୍ଲଟ୍ ଠାବ

ନୟାଗଡ଼ MVI ପଞ୍ଚାନନ ବେହେରାଙ୍କ ଭୁବନେଶ୍ୱରରେ ୧୦ଟି ବେନାମୀ ପ୍ଲଟ ସମେତ ମୋଟ୍ ୨୭ଟି ପ୍ଲଟ ଠାବ ହୋଇଛି।

ଶୈଳଶ୍ରୀ ବିହାରରେ ଦୁଇ ମହଲା ବିଲ୍ଡିଂ, ସତ୍ୟ ବିହାରରେ ଗୋଟିଏ ବିଲ୍ଡିଂ ଠାବ ହୋଇଛି। ୪ଟି ବେନାମୀ ୪ ଚକିଆ ଗାଡ଼ି, ବ୍ୟାଙ୍କ, ପୋଷ୍ଟାଲ ଓ ଇନ୍‌ସୁରାନ୍ସ ଜମା ଠାବ କରିଛି ଭିଜିଲାନ୍ସ।

ଏମଭିଆଇଙ୍କ ଘରେ ଭିଜିଲାନ୍ସ ରେଡ୍

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ନୟାଗଡ଼ ଏମଭିଆଇ ପଞ୍ଚାନନ ବେହେରାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି।

ପଞ୍ଚାନନଙ୍କ ନୟାଗଡ଼ ସ୍ଥିତ ଭଡ଼ା ଘରେ ଚାଲିଛି ଚଢ଼ାଉ।

ଟ୍ରଲରକୁ ପଛରୁ ପିଟିଲା ଭ୍ୟାନ୍, ଜଣେ ମୃତ, ୫ ଗୁରୁତର

ଦଶପଲ୍ଲା ଟାକେରା ନିକଟରେ ଛିଡ଼ା ହୋଇଥିବା ଟ୍ରଲରକୁ ପଛରୁ ପିଟିଲା ଭ୍ୟାନ୍।

ଦାରିଙ୍ଗବାଡ଼ିରୁ ପିକନିକ୍ ସାରି ଆଠଗଡ଼ ଫେରିବା ବେଳେ ଦୁର୍ଘଟଣା ଘଟିଛି। ୫ ଗୁରୁତରଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

ଭିଜିଲାନ୍ସ ଜାଲରେ ସବ୍‌ ରେଜିଷ୍ଟ୍ରାର

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ନୟାଗଡ଼ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଶାଶ୍ୱତ ପଟ୍ଟନାୟକଙ୍କ ଘରେ ଭିଜିଲାନ୍ସ ଟିମ୍‌ ଚଢ଼ାଉ କରିଛି।

ଏକସଙ୍ଗେ ସବ୍‌ ରେଜିଷ୍ଟ୍ରାରଙ୍କ ୬ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ।ନୟାଗଡ଼ ସ୍ଥିତ ଭଡ଼ା ଘର ଓ ଅଫିସରେ ଯାଞ୍ଚ କରୁଛି ଭିଜିଲାନ୍ସ। କେନ୍ଦ୍ରାପଡ଼ା ଜିଲ୍ଲାରେ ପୈତୃକ ଓ ସମ୍ପର୍କୀୟଙ୍କ ୪ଟି ଘରେ ଚଢ଼ାଉ ଚାଲିଛି।

ରାଜନୈତିକ ଶତ୍ରୁତାରୁ ବୋମାମାଡ଼, ୮ ଆହତ

ନୟାଗଡ଼ ଜିଲ୍ଲା ଖଣ୍ଡପଡା ଥାନା କୁମ୍ଭାରପଡା ଗାଁରେ ବୋମାମାଡ଼ ଘଟି ୮ ଜଣ ଆହତ ହୋଇଛନ୍ତି।

୮ ଆହତଙ୍କ ମଧ୍ୟରୁ ୨ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି।ଉତ୍ତେଜନାକୁ ଦୃଷ୍ଟିରେ ରଖି ଗାଁରେ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି।

ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିବା ବେଳେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲେ ପରିବାର।

ପୀଡ଼ିତାଙ୍କ ଅବସ୍ଥା ଗୁରୁତର ଅଛି। ଅଭିଯୁକ୍ତଙ୍କ ନାଁ ନେଇ ଅଭିଯୋଗ କରୁଛନ୍ତି ପୀଡ଼ିତାଙ୍କ ବଡ଼ବାପା।

Nuakhai wishes