ପଞ୍ଚାୟତ ପରିଦର୍ଶନ କରି ସମସ୍ୟା ବୁଝିଲେ ଜିଲ୍ଲାପରିଷଦ ସଭ୍ୟ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଜଗନ୍ନାଥପୁର ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଆଜି ଜିଲ୍ଲାପରିଷଦ ସଭ୍ୟ ପରୀକ୍ଷିତ ନାଏକ ପରିଦର୍ଶନରେ ଯାଇ ବିଭିନ୍ନ ସମସ୍ୟା ଲୋକଙ୍କ ଠାରୁ ବୁଝିବା ସହ ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ବିଧାୟକଙ୍କ ଦ୍ଵାରା ଜନସେବା କେନ୍ଦ୍ର ଉଦଘାଟିତ

କଳାହାଣ୍ଡି ଜିଲ୍ଲା ଏମ ରାମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ଜନସେବା କେନ୍ଦ୍ର ବିଧାୟକ ଭୂପିନ୍ଦର ସିଂ ଉଦଘାଟନ କରିବା ସହ ଖରା ଦାଉରୁ ରକ୍ଷା ନିମନ୍ତେ ସାଧାରଣ ଲୋକଙ୍କୁ ସରବତ ବଣ୍ଟନ କରିଛନ୍ତି ।

ଭବାନୀପାଟଣା ବିଶ୍ଵ ବିଦ୍ୟାଳୟରେ ପୁସ୍ତକ ଉନ୍ମୋଚନ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବିଶ୍ଵ ବିଦ୍ୟାଳୟ ର ପ୍ରଫେସର ସିଦ୍ଧାର୍ଥ ସତ୍ୟ ପଣ୍ଡାଙ୍କ ରଚିତ “you Can Change The Job Interview” ପୁସ୍ତକ ବିଶ୍ଵ ବିଦ୍ୟାଳୟର କୁଳପତି ସଞ୍ଜୟ ଶତପଥୀଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ।

ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ବରଗାଁରେ ଟୋକି ଆଦ୍ୟପର୍ବ ବାଲିଯାତ୍ରା ଆରମ୍ଭ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ବରଗାଁ ଠାରେ ଟୋକି ପର୍ବର ଆଦ୍ୟପର୍ବ ବାଲିଯାତ୍ରା ଆଜିଠାରୁ ଆରମ୍ଭ ହୋଇଛି ।ଏହା ସାତ ଦିନ ଧରି ଚାଲିବ ।

ଗାଁର ମହିଳା ଓ ପୁରୁଷ ଏକତ୍ରିତ ହୋଇ ନିକଟସ୍ଥ ପୋଖରୀକୁ ଆସି ବାଲି ସଂଗ୍ରହ କରିଥିଲେ ପରେ ପୂଜାରୀ ବୀରେନ ମାଝୀଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇ ଦେବୀମାନଙ୍କୁ ଆହ୍ୱାନ କରାଯାଇଥିଲା ।

ବିଭିନ୍ନ ଯୋଜନାର କାମ ସମୀକ୍ଷା କଲେ ଜିଲ୍ଲାପରିଷଦ ଅଧ୍ୟକ୍ଷ

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଆଜି ଏମ ରାମପୁର ବ୍ଳକ ଗସ୍ତରେ ଆସି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟ ଉପରେ ସମୀକ୍ଷା କରି ବ୍ଳକ ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ ।

ବିଭିନ୍ନ ଯୋଜନାର କାମ ସମୀକ୍ଷା କଲେ ଜିଲ୍ଲାପରିଷଦ ଅଧ୍ୟକ୍ଷ

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଆଜି ଏମ ରାମପୁର ବ୍ଳକ ଗସ୍ତରେ ଆସି କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟ ଉପରେ ସମୀକ୍ଷା କରି ବ୍ଳକ ବିଡ଼ିଓଙ୍କ ସହ ଆଲୋଚନା କରିଥିଲେ ।

ଶିକ୍ଷକ ନିଯୁକ୍ତି ଅନିୟମିତତାକୁ ନେଇ ଜିଲ୍ଲାପାଳ ଅଫିସ ଘେରାଉ

କଳାହାଣ୍ଡି ଜିଲ୍ଲା ଉଚ୍ଚ ମାଧ୍ୟମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଚୁକ୍ତି ଭିତ୍ତିକ ଶିକ୍ଷକ ନିଯୁକ୍ତି ଅନିୟମିତତାକୁ ନେଇ ଜିଲ୍ଲାପାଳ ଅଫିସ ଘେରାଉ କରାଯାଇଥିଲା ।

ଏଥିରେ ଜିଲ୍ଲାର ସମସ୍ତ ଶିକ୍ଷକ ସାମିଲ ହୋଇ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସାତ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।

ବିଶ୍ଵନାଥପୁରରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବିଶ୍ଵନାଥପୁର ଠାରେ ବ୍ଳକ ଅଧ୍ୟକ୍ଷ କମଳା ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଡ଼ଃ ଗଭାଲି ପରାଗ ହରସଦ ଯୋଗ ଦେଇଥିଲେ।

ଏଥିରେ ବ୍ଲକର ୨୬ଟି ପଞ୍ଚାୟତର ଲୋକେ ଆସି ବ୍ୟକ୍ତିଗତ, ସାମୁହିକ ସମସ୍ୟା ଜଣାଇଥିଲେ । ଶିବିରରେ ବିଭିନ୍ନ ବିଭାଗର ପଦାଧିକାରୀ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣି ସମାଧାନ କରିଥିଲେ ।

Nuakhai wishes