କଢେଲ ଜଗନ୍ନାଥ ମନ୍ଦିର ରଥଯାତ୍ରା ଆୟୋଜନ ନେଇ ବୈଠକ

କଳାହାଣ୍ଡି ଜିଲ୍ଲା ଏମ ରାମପୁର ବ୍ଲକରେ ପଶ୍ଚିମ ଓଡ଼ିଶାର କଢେଳ ରଥଯାତ୍ରା ଆୟୋଜନ ନେଇ ଆଜି ଜଗନ୍ନାଥ ସମିତିର ସଦସ୍ୟ ଅନନ୍ତରାମ ମାଝୀଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ସମସ୍ତ ସଦସ୍ୟ ଯୋଗଦେଇ ମହାପ୍ରଭୁଙ୍କ ଯାତ୍ରା ଶାନ୍ତି ଶୃଙ୍ଖଳା ସହ ଯେପରି ପାଳନ ହେବ ସେନେଇ ଆଲୋଚନା କରିଥିଲେ ।

ମହୁମାଛି ଆକ୍ରମଣରେ ଅନେକ ଆହତ,ଡାକ୍ତରଖାନାରେ ଭର୍ତ୍ତି

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପ ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ଆଜି ମହୁମାଛି ଆକ୍ରମଣରେ ନାରାୟଣ ମାଝୀ,ହୀରାବତି ନାଇକ,ଚକ୍ରଧର ସେଠୀ,ସଞ୍ଜୟ ମାଝୀଙ୍କ ସମେତ ପଥଚାରୀ, ଉଠା ଦୋକାନୀ,ବାଇକ ଓ ସାଇକଲ ଆରୋହୀ ଆହତ ହୋଇ ଧର୍ମଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଗୋଲାମୁଣ୍ଡାରେ ବିଶ୍ଵ ରେଡକ୍ରସ ଦିବସ ପାଳିତ

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାରେ ବିଶ୍ଵ ରେଡକ୍ରସ ଦିବସ ଆଜି ପାଳିତ ହୋଇଯାଇଛି ।

ବିଡ଼ିଓ ଏସ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବ୍ଳକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ।

ଜଳ,ଜମି ଓ ଜଙ୍ଗଲର ସୁରକ୍ଷା ନେଇ ସାମ୍ବାଦିକ ସମ୍ମିଳନୀ

କଳାହାଣ୍ଡି ଜିଲ୍ଲାର ପରିଚିତ ଜଳ,ଜମି ଓ ଜଙ୍ଗଲର ସୁରକ୍ଷା ନେଇ ଆଜି ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଭବାନୀପାଟଣା ସ୍ଥିତ ଶିବ ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ।

ଏଥିରେ ଖଣ୍ଡୁଆଳ ମାଳି ସୁରକ୍ଷା ସମିତିର ସଦସ୍ୟ ମାନେ ଯୋଗଦେଇ ଥିଲେ ।

କଲମପୁର ବ୍ଲକର ୪ଟି ବିଦ୍ୟାଳୟ ପରିଦର୍ଶନ କଲେ ଜିଲ୍ଲାପାଳ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ପଣ୍ଡିଗାଁ, କଲମପୁର ,ମଣ୍ଡଳ, କୋଟା ଗାଁର ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକୁ ତଦାରଖ କରିଛନ୍ତି ଜିଲ୍ଲାପାଳ।

ଏହା ସହ କେମିତି ଶୀଘ୍ର କାମ ସମାପନ କରାଯିବ ତାହା ନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

ଭବାନୀପାଟଣାରେ ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶିକ୍ଷକ ଭବନ ଠାରେ ଆଜି ଶିକ୍ଷକ ସଂଘର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ସଂଘର ରାଜ୍ୟ ଉପ ସଭାପତି ସଙ୍ଗୀତା ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ବୈଠକରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।

ଶ୍ରୀମନ୍ଦିର ସୁରକ୍ଷା ନେଇ ରାଷ୍ଟ୍ରପତି,ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

କଳାହାଣ୍ଡି ଜିଲ୍ଲାର ଜଗନ୍ନାଥ ପ୍ରେମୀ ଆଜି ଶ୍ରୀମନ୍ଦିର ସୁରକ୍ଷା ନେଇ ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଚନ୍ଦନ ଯାତ୍ରାର ପଞ୍ଚମ ଦିବସରେ ଯୋଗ ଦେଲେ ଜିଲ୍ଲାପରିଷଦ ଅଧ୍ୟକ୍ଷ

କଳାହାଣ୍ଡି ଜିଲ୍ଲା ଏମ ରାମପୁର ବ୍ଳକ ଟୁର୍ଚ୍ଚି ଗ୍ରାମରେ ଚାଲିଥିବା ଚନ୍ଦନ ଯାତ୍ରାର ଆଜି ପଞ୍ଚମ ଦିବସରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ କମିଟି ସଦସ୍ୟଙ୍କ ସହ ଯାତ୍ରାର ପରମ୍ପରା ଉପରେ ଆଲୋଚନା କରିଥିଲେ ।

୨୫ କୋଟି ଜରିମାନା ଦେବ ବେଦାନ୍ତ

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଆଲୁମିନା ରିଫାଇନାରୀ ଓ କ୍ୟାପଟିଭ୍ ପ୍ଲାଣ୍ଟ ସମ୍ପ୍ରସାରଣ ବେଳେ ପରିବେଶ ଆଇନ ଉଲ୍ଲଙ୍ଘନ କରିଥିବାରୁ ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ଏକ ମାସ ମଧ୍ୟରେ ୨୫ କୋଟି ଟଙ୍କା ଜରିମାନା ଦେବାକୁ ଏନଜିଟି ନିର୍ଦ୍ଦେଶ ଦେଇଛି।

୨୦୧୫ ନଭେମ୍ବର ୨୦ରେ ପରିବେଶ ଅନୁମତି ବିରୋଧରେ ହୋଇଥିଲା ପିଟିସନ୍।

Nuakhai wishes