ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରମିକଙ୍କ କାମ ବନ୍ଦ

ଜଗତସିଂହପୁର ଜିଲ୍ଲା ସଦଭାବନା ସଭା ଗୃହରେ ପ୍ରାକୃତିକ ବିପର୍ଯ୍ୟୟ ସଂସ୍ଥା ପକ୍ଷରୁ ଗତକାଲି ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଜିଲ୍ଲାପାଳ ପାରୁଲ ପଟ୍ଟାୱାରୀ ଅଧ୍ୟକ୍ଷତା କରି କହିଥିଲେ ଗ୍ରୀଷ୍ମପ୍ରବାହ ନେଇ କଣ ପଦକ୍ଷେପ ନିଆଯାଇଛି ।

ସେ କହିଥିଲେ ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଶ୍ରମିକ ମନଙ୍କର କାମ ବନ୍ଦ କରିବେ ସେନେଇ ସୁନିଶ୍ଚିନ୍ତ କରନ୍ତୁ , ସବୁ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା ,ନଳକୂପ ମରାମତି ,ଟ୍ରାସ୍ପର୍ମର ତୁରନ୍ତ ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଂଶୁଘାତ ରୋଗୀଙ୍କ ପାଇଁ ହସ୍ପିଟାଲରେ ସ୍ୱତନ୍ତ୍ର ଶଯ୍ୟା କରାଯାଇଥିବା କହିଥିଲେ ।

ଆଜି ପୂର୍ବାହ୍ନରେ ପାରାଦ୍ବୀପରେ ୩୦.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ

ଆଜି ଦିନ ୧୧.୩୦ ସୁଦ୍ଧା ପାରାଦ୍ବୀପରେ ୩୦.୮ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ଗିରଫ ହୋଇଥିବା ଶିଳ୍ପ ବିରୋଧୀଙ୍କୁ ମୁକ୍ତ କରିବାକୁ ଦାବି

ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆ ଅଞ୍ଚଳରେ ପ୍ରସ୍ତାବିତ କାରଖାନା ବିରୋଧରେ ଆନ୍ଦୋଳନ କରି ଗିରଫ ହୋଇଥିବା ଦେବେନ୍ଦ୍ର ସ୍ୱାଇଁ ଏବଂ ଅନ୍ୟ 24 ଜଣଙ୍କୁ ତୁରନ୍ତ ମୁକ୍ତ କରିବାକୁ ଦାବି କରିଛନ୍ତି ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା l

ନଚେତ ରାଜ୍ୟଵ୍ୟାପୀ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି l

Nuakhai wishes