ଏରସମାରେ ଆୟୁଷ୍ମାନ ଭାରତ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା

ଆଜି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଏରସମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଆୟୁଷ୍ମାନ ଭାରତ ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଛି।

ଏହି ଅବସରରେ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ସ୍ୱାସ୍ଥ୍ୟ ମେଳାର ଉଦଘାଟନ କରିଥିଲେ। ବିଭିନ୍ନ ବିଭାଗର ଡାକ୍ତର ଯୋଗଦେଇ ମାଗଣାରେ ରୋଗୀ ଚିକିତ୍ସା କରିଥିଲେ।

ପାରାଦୀପ ଉପକୂଳରେ ସମରାଭ୍ୟାସ ଆରମ୍ଭ

ଉପକୂଳ ସୁରକ୍ଷା ପ୍ରକ୍ରିୟାରେ ଆଜି ପାରାଦୀପ ଉପକୂଳରେ ତଟରକ୍ଷୀ ବାହିନୀ, ନୌସେନା ଇବେନିଙ୍ଗ ମେରାଇନ ପୁଲିସର 13 ଟି ଟିମକୁ ନେଇ ସମରାଭ୍ୟାସ ଆରମ୍ଭ ହୋଇଛି l

ଜଗତସିଂହପୁର ମାଆ ଶାରଳାଙ୍କ ମନ୍ଦିରରେ 5ଟି ସଚିବ

5ଟି ସଚିବ ଭି.କେ. ପାଣ୍ଡିଆନ ଆଜି ସକାଳେ ଜଗତସିଂହପୁର ଯାଇ ମାଆ ଶାରଳାଙ୍କ ମନ୍ଦିରରେ ପୂଜା କରିବା ସହ ମନ୍ଦିରର ଉନ୍ନୟନମୂଳକ କାମ ନେଇ ସମୀକ୍ଷା କରିଛନ୍ତି।

ଯାତ୍ରୀଙ୍କ ରହିବା ଓ ପାରିପାର୍ଶ୍ବିକ ସ୍ଥାନ ବୁଲି ଦେଖିଛନ୍ତି। ସେବାୟତ, ପୂଜକ ଓ ଜିଲ୍ଲା ପ୍ରଶାସନ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଛନ୍ତି।

ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଉଦଘାଟିତ

କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଆଜି ପାରାଦୀପରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମହାନଦୀରେ ରାଜ୍ୟର ପ୍ରଥମ ନଦୀ ଭିତ୍ତିକ ବନ୍ଦରର ଉଦଘାଟନ କରିଛନ୍ତି l

ପାରାଦୀପରେ କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ

କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଆଜି ପାରାଦୀପରେ ପହଂଚିବା ପରେ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି l ସେ ଏକ କନଭେନ୍ସନ ସେଣ୍ଟର ମଧ୍ୟ ଉଦଘାଟନ କରିଥିଲେ l

ଭିରଙ୍ଗରେ ତ୍ରିଶକ୍ତି ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ତ୍ରିଶକ୍ତି ଭଲି ବଲ ଟିମ ଭିରଙ୍ଗ ଆନୁକୂଲ୍ୟରେ ଆୟୋଜିତ ୧୫ତମ ସରୋଜ ସାମନ୍ତରାୟ ସ୍ମାରକି ଏକଦିବାସୀୟ ଦିବାରାତ୍ରଭଲିବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି ।

ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଇଥିଲେ, ଫାଇନାଲ୍ ମ୍ୟାଚ ରେ ପି. ପି.ଏଲ ପାରାଦ୍ୱୀପ ଦଳ ତିର୍ତ୍ତଲୋ ଦଳକୁ ପରାସ୍ତ କରି ଟ୍ରଫି ହାସଲ କରିଥିଲେ ।ଉଦଯାପନି ସଭାରେ ଭିରଙ୍ଗ ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଭୟ କୁମାର ପ୍ରଧାନ ମୁଖ୍ୟ ଭାବରେ ବିଜେତା ଟ୍ରଫି ପ୍ରଦାନ କରିଥିଲେ।

Nuakhai wishes