ଢ଼ିଙ୍କିଆରେ ସମାଜସେବୀ ମେଧା ପାଟକରଙ୍କୁ ତୀବ୍ର ବିରୋଧ

ସମାଜସେବୀ ମେଧା ପାଟକର ଆଜି ଜଗତସିଂହପୁର ଜିଲ୍ଲା ଢ଼ିଙ୍କିଆର ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳକୁ ଯାଇଥିବା ବେଳେ ତାଙ୍କୁ ପ୍ରକଳ୍ପ ସପକ୍ଷବାଦୀ ମାନେ ତୀବ୍ର ବିରୋଧ କରିଥିଲେ l ତେଣୁ ସେ ବାଧ୍ୟ ହୋଇ ଫେରି ଯାଇଥିଲେ l

ଜେଲରେ ଥିବା ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ରଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ତାଙ୍କୁ ବିରୋଧ କରାଯାଇଥିଲା l ପରେ ସେ ଜେଲରେ ଦେବେନ୍ଦ୍ରଙ୍କୁ ଭେଟିଥିଲେ l

କୁଜଙ୍ଗ ଜେଲରେ ନର୍ମଦା ବଞ୍ଚାଅ ଆନ୍ଦୋଳନ ନେତ୍ରୀ ମେଧା ପାଟେକର

ନର୍ମଦା ବଞ୍ଚାଅ ଆନ୍ଦୋଳନ ନେତ୍ରୀ ମେଧା ପାଟେକର ଆଜି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଜେଲରେ ପହଞ୍ଚି ଢିଙ୍କିଆର ଶିଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ୱାଇଁଙ୍କୁ ଭେଟିଛନ୍ତି।

ଦେବେନ୍ଦ୍ରଙ୍କୁ ଭେଟିବା ପରେ ନର୍ମଦା ଢିଙ୍କିଆ ଗାଁକୁ ଯିବାର କାର୍ଯ୍ୟକ୍ରମ ରହିଛି।

ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଶାସକ ଦଳ ମୁଖ୍ୟ ସଚେତକ

ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଶାସକ ଦଳର ମୁଖ୍ୟ ସଚେତକ ହେବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି l

ଆଜି ପାରାଦୀପ ଆସିବେ ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ

ଆଜି ଦୁଇଦିନିଆ ପାରାଦୀପ ଆସିବେ କେନ୍ଦ୍ର ସରକାରଙ୍କ ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶାନ୍ତୁନୁ ଠାକୁର ଏଥିପାଇଁ ବନ୍ଦର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।

ଆଜି ଅପରାହ୍ନରେ ସେ ପାରାଦୀପରେ ପହଞ୍ଚିବା ପରେ ନେହେରୁ ବଙ୍ଗଳା ରାସ୍ତାରେ ନିର୍ମାଣ ହୋଇଥିବା ଟ୍ରକ ପାର୍କିଂକୁ ଉଦଘାଟନ କରିବେ ଏବଂ ପରେ ପାରାଦୀପ ବନ୍ଦର ପରିଦର୍ଶନ କରିବେ ।

Nuakhai wishes