ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ବାଣିଜ୍ୟ କର ଅଧିକାରୀ

ପାରାଦୀପରେ ଥିବା ଅତିରିକ୍ତ ବାଣିଜ୍ୟ କର ଅଧିକାରୀ ବା ଏସିଟିଓ ପ୍ରକାଶ ଚନ୍ଦ୍ର ସାହୁ ଆଜି ଜଣେ ବ୍ୟବସାୟୀଙ୍କ ଠାରୁ 2 ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡିଛନ୍ତି l

ପାରାଦୀପରେ ବୁଡ଼ିଲା ଟ୍ରଲର ,୭ମତ୍ସ୍ୟଜୀବୀ ସୁରକ୍ଷିତ ଉଦ୍ଧାର

ଜଗତସିଂହପୁର ଜିଲ୍ଲା ପାରାଦୀପ ମାଛଧରା ବନ୍ଦରରେ ଗତକାଲି ବିଳମ୍ବିତ ରାତିରେ ଟ୍ରଲରରେ ପାଣି ପଶିଯିବାରୁ ବୁଡ଼ିଯାଇଥିବା ସୂଚନା ମିଳିଛି ।

ଅନ୍ୟ ଏକ ଟ୍ରଲର ସାହାଯ୍ୟରେ ୭ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

ବାଲିକୁଦାରେ 24 ଘଣ୍ଟାରେ 109 ମିମି ବର୍ଷା

ଗତ 24 ଘଣ୍ଟାରେ ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ 109 ମିଲିମିଟର ବର୍ଷା ହୋଇଥିବା ବେଳେ ବିରିଡିରେ 61 ମିମି ବର୍ଷା ରେକର୍ଡ କରାଯାଇଛି l

ବାଲିକୁଦାରେ 24 ଘଣ୍ଟାରେ 109 ମିମି ବର୍ଷା

ଗତ 24 ଘଣ୍ଟାରେ ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ 109 ମିଲିମିଟର ବର୍ଷା ହୋଇଥିବା ବେଳେ ବିରିଡିରେ 61 ମିମି ବର୍ଷା ରେକର୍ଡ କରାଯାଇଛି l

ସ୍କୁଲ ଯାଇ ୨ ଦଶମ ଶ୍ରେଣୀ ଛାତ୍ରୀ ନିଖୋଜ

ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ପଙ୍କପାଳ ହାଇସ୍କୁଲର ୨ ଛାତ୍ରୀ ନିଖୋଜ ଥିବା ଅଭିଯୋଗ ହୋଇଛି।

ରାତିରେ ଉଭୟଙ୍କ ସାଙ୍ଗ ନିକଟକୁ ଅଜଣା ନମ୍ବରରୁ କଲ୍ ଆସିଥିବା ପରିବାର ଲୋକେ ସୂଚନା ଦେଇଛନ୍ତି।

ମନ୍ଦିର ହୁଣ୍ଡି ଭାଙ୍ଗି ୪ ଲକ୍ଷ ଟଙ୍କା ଲୁଟି ଅଭିଯୋଗ

ଗତକାଲି ରାତିରେ ଜଗତସିଂହପୁର ଜିଲ୍ଲା ଗୋରେଖନାଥ ମନ୍ଦିରର ହୁଣ୍ଡି ଭାଙ୍ଗି ୪ ଲକ୍ଷରୁ ଅଧିକ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ତିର୍ତ୍ତୋଲ ପୁଲିସ ପକ୍ଷରୁ ଘଟଣା ତଦନ୍ତ ଜାରି ରହିଛି।

ତିର୍ତ୍ତୋଲ ବିଧାୟକଙ୍କ ନାମରେ ଏତଲା ଦେଲେ ପ୍ରେମିକା

ବାହା ହେବାକୁ କଥା ଦେଇ ଗତକାଲି ସବରେଜିଷ୍ଟ୍ରାର ଅଫିସକୁ ଆସିନଥିବା ତିର୍ତ୍ତୋଲର ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସଙ୍କ ନାମରେ ଆଜି ଜଗତସିଂହପୁର ଥାନାରେ ପ୍ରେମିକା ସୋମାଲିକା ଏତଲା ଦେଇଛନ୍ତି l

କିଆଦା ଗାଁରେ ଅଗ୍ନିକାଣ୍ଡ ଘଟି ୧୦ ବଖରାରୁ ଅଧିକ ଘର ପୋଡି

ଜଗତସିଂହପୁର ଜିଲ୍ଲା ଏରସମା ଅନ୍ତର୍ଗତ କିଆଦା ଗାଁରେ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୧୦ ବଖରାରୁ ଅଧିକ ଘର ପୋଡ଼ି ପାଉଁଶ ହୋଇଯାଇଛି ।

ପ୍ରଥମେ କିଆଦା ଗାଁର ଅମିତ ବରାଇଙ୍କ ଘରେ ନିଆଁ ଲାଗିଥିଲା ଓ ପରେ ପଡ଼ୋଶୀ ଘର ମାନଙ୍କରେ ବ୍ୟାପୀ ଯାଇଥିଲା ଏବଂ ପରେ ଅଗ୍ନିଶମ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ସଟସର୍କିଟ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

Nuakhai wishes