ଆଜିଠାରୁ ବାଲେଶ୍ବର ଏମ୍‌ସ ଓପିଡି ସେବା ଆରମ୍ଭ

ଆଜିଠାରୁ ବାଲେଶ୍ବର ଏମ୍‌ସ ଓପିଡି ସେବା ଆରମ୍ଭ ହୋଇଛି।

ବାଲେଶ୍ବର ଏମ୍‌ସରେ ପ୍ରତ୍ୟକ ଶନିବାର ଓ ରବିବାର ଓପିଡି ସ୍ବାସ୍ଥ୍ୟସେବା ମିଳିବ।

ଜନବସତି ଅଞ୍ଚଳରୁ ହରିଣ ଉଦ୍ଧାର

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ଆଜି ସକାଳ ସମୟରେ ଅଣ୍ଡିରା ହରିଣକୁ ଗ୍ରାମବାସୀମାନେ ଦେଖି ବନବିଭାଗକୁ ଖବର ଦେଇଥିଲେ।

ବନବିଭାଗ ପହଁଚି ହରିଣ ଉଦ୍ଧାର କରିଥିବା ସୂଚନା ମିଳିଛି ।ହରିଣ ପାଣି ପିଇବାକୁ ଜନବସତିକୁ ପଳେଇ ଆସିଥିବାର ଅନୁମାନ କରାଯାଉଛି ।

ଟ୍ରେନ ଆଗକୁ ମହିଳା ଡେଇଁଲେ, ଦୁଇ ହାତ କଟିଲା

ସୋରୋ ରେଳ ଷ୍ଟେସନ ନିକଟରେ ଆଜି ଅପରାହ୍ନରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ଦେଶ୍ୟରେ ଜନଶତାବ୍ଦୀ ଟ୍ରେନ ସମ୍ମୁଖକୁ ଡେଇଁଥିବା ବେଳେ ତାଙ୍କର ଦୁଇହାତ କଟିଯାଇଥିବା ଜଣାପଡିଛି l

ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l ମହିଳା ଜଣଙ୍କ ଘର ସୋରୋ ଅଞ୍ଚଳର ମାଟିଆପଲ୍ଲୀ ଗ୍ରାମରେ ବୋଲି ଜଣାପଡିଛି l

ବାଲେଶ୍ୱର- ଚାନ୍ଦିପୁର ମୁଖ୍ୟ ରାସ୍ତା ଅବରୋଧ

ମଦ ଦୋକାନକୁ ବିରୋଧ କରି ବାଲେଶ୍ୱର ପାତ୍ରପଡ଼ାରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକ।

ବାଲେଶ୍ୱର- ଚାନ୍ଦିପୁର ମଧ୍ୟରେ ଗାଡ଼ି ଚଳାଚଳ ବନ୍ଦ ରହିଛି।

ୟୁଥ ସୋସିଆଲ ସଙ୍ଗଠନ ତରଫରୁ ଜଳଛତ୍ର

ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ଉପଲକ୍ଷେ ଆଜି ବାଲିଯାତ୍ରାରେ ଜମାଳପୁର ୟୁଥ ସୋସିଆଲ ସଙ୍ଗଠନ ତରଫରୁ ଜଳଛତ୍ର କେନ୍ଦ୍ର ଖୋଲା ଯାଇଛି ।

ବାଳିଯାତ୍ରାକୁ ଆସୁଥିବା ଲୋକେ ନିଜର ତୃଷ୍ଣା ମେଣ୍ଟାଇବା ପାଇଁ ଜଳଛତ୍ର କେନ୍ଦ୍ରକୁ ଯାଇ ତୃଷ୍ଣା ନିବାରଣ କରୁଛନ୍ତି ।ଏପରି କାଯ୍ୟକ୍ରମକୁ ଲୋକେ ପ୍ରସଂଶା କରିଛନ୍ତି ।

ଜମାଳପୁରରେ ବାଲିଯାତ୍ରା ଅନୁଷ୍ଠିତ

ଜଳେଶ୍ଵର ବ୍ଲକ ଜମlଳପୁର ସୁବର୍ଣ୍ଣରେଖା ନଦୀ କୂଳରେ ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବ ବର୍ଷ ଉପଲକ୍ଷେ ବାଲିଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ଏହି ଦିନରେ ବିଭିନ୍ନ ଅଂଚଳରୁ ଲୋକେ ଆସି ନଦୀ କୂଳରେ ପୂର୍ବ ପୁରୁଷଙ୍କ ପିଣ୍ଡ ଦାନ କରିଥାନ୍ତି । ବାଲି ଯାତ୍ରାକୁ ବିଭିନ୍ନ ଜାଗାରୁ ଦୋକାନି ଆସି ପସରା ମେଲାଇ ବସିଥାନ୍ତି ।

ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ପାଳିତ

ଆମ୍ବେଦକର ଚେତନା ବିକାଶ ପରିଷଦ ବଲେଶ୍ବର ପକ୍ଷରୁ ସମ୍ବିଧାନ ପ୍ରଣେତା
ବି ଆର ଆମ୍ବେଦକରଙ୍କ ୧୩୧ ତମ ଜନ୍ମ ଜୟନ୍ତୀ ବାଲେଶ୍ଵର ସହରସ୍ଥିତ ରେଲୱେ ଇନଷ୍ଟିଚ୍ୟୁଟରେ ପାଳିତ ହୋଇଛି।

ଏଥିରେ ଅତିଥି ଭାବେ ବାଲେଶ୍ଵରର ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା, କୁଳମଣି ବାରିକ ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ବୃଦ୍ଧଙ୍କ ମୁଣ୍ଡକୁ ଶାବଳରେ ଭୁସି ହତ୍ୟା ଅଭିଯୋଗ

ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅନ୍ତର୍ଗତ କାକବରାଇ ଗାଁରେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟିଛି।

ଗତକାଲି ରାତିରେ ଘରେ ଶୋଇଥିବା ବେଳେ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ମୃତକ ଜଣକ ରଘୁନାଥ ଜେନା (୭୫)।

Nuakhai wishes