ବାର୍ଷିକ ଉତ୍ସବ ପାଳିତ

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହାଗବ ଠାରେ ସୀମାନ୍ତ ଶାନ୍ତିଲତା ସଂସ୍କୃତ ମହିଳା ମହାବିଦ୍ୟାଳୟରେ ଆଜି ବାର୍ଷିକ ଉତ୍ସବ ଅନୁଷ୍ଠିତ ହଇଯାଇଛି ।

ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଯୋଗ ଦେଇଥିଲେ ।ତାଙ୍କ ସହିତ ଚିତ୍ତ ରଞ୍ଜନ ମହାନ୍ତି ଓ ବରିଷ୍ଠ ବ୍ୟକ୍ତି ଯୋଗ ଦେଇ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।

ବିଜେପି କାର୍ଯ୍ୟାଳୟ ଉଦଘାଟିତ

ଭୋଗରାଇ ବ୍ଲକ କମର୍ଦ୍ଦା ଛକ ଠାରେ ଆଜି ସନ୍ଧ୍ୟାରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଦ୍ୱାର ଆନୁଷ୍ଠାନିକ ଭାବେ ଫିତା କାଟି ବିଜେପି କାର୍ଯ୍ୟାଳୟ ଉଦଘାଟିତ ହଇଛି ।

ଉଦ୍ଘାଟନ ଅବସରରେ ସମସ୍ତ ବିଜେପି କର୍ମୀ ଉପସ୍ଥିତ ଥିଲେ ।

ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଆଲୋଚନା

ବାଲେଶ୍ଵର ଜିଲ୍ଲା ସୋର ବ୍ଲକରେ ଆଗାମୀ ଖରାଦିନରେ ପାନୀୟଜଳ ସମାସ୍ୟାର ସମାଧାନ ପାଇଁ ଆଜି ଅପରାହ୍ନରେ ବିଡିଓ ନବନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି।

ଏହି ଆଲୋଚନାରେ ଜଳ ଯୋଗାଣ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।ପାନୀୟଜଳ ପାଇଁ ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଦୃଷ୍ଟି ଦେବାକୁ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ ବିଧାୟକ ପର୍ଶୁରାମ ଧଡା।

ସୁବର୍ଣ୍ଣ ଜୟନ୍ତୀ ଅବସରରେ ଯୋଗଦେଲେ ରାଜ୍ୟପାଳ

ବାଲେଶ୍ଵର ଜିଲ୍ଲା ସୋର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଷ୍ଣୁପୁର ସରକାରୀ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆଜି ଓଡ଼ିଶାର ମହାମହିମ ରାଜ୍ୟପାଳ ଗଣେଶି ଲାଲ ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

ତାଙ୍କ ସହିତ ସାଂସଦ ଅଚ୍ୟୁତ ସାମନ୍ତ ଓ ବିଧାୟକ ପର୍ଶୁରାମ ଧଡା ଅତିଥି ଭାବେ ଯୋଗଦେଇଥିଲେ।

ସାମ୍ବାଦିକଙ୍କ ଗୋଡରେ ବେଡ଼ି ପକାଇବା ଘଟଣାର ତଦନ୍ତ କରୁଛି ପ୍ରେସ କାଉନସିଲ ଅଫ ଇଣ୍ଡିଆ

ସାମ୍ବାଦିକ ଲୋକନାଥ ଦଳେଇଙ୍କ ଗୋଡରେ ନୀଳଗିରି ପୁଲିସ ବେଡ଼ି ପକାଇବା ଘଟଣାରେ କାର୍ଯ୍ୟାନୁଷ୍ଠନ ପାଇଁ ପିସିଆଇ ସଦସ୍ୟ ପ୍ରସନ୍ନ ମହାନ୍ତି ପ୍ରେସ କାଉନସିଲ ଅଫ ଇଣ୍ଡିଆରେ କରିଥିବା ଅଭିଯୋଗ ଉପରେ ପଦକ୍ଷେପ ନିଆଯାଇଛି।

ଏହି ଘଟଣାକୁ ପଞ୍ଜୀକୃତ କରାଯାଇଛି, ଏବେ ଏହାର ତଦନ୍ତ ଚାଲିଥିବା ପ୍ରେସ କାଉନସିଲ ଅଫ ଇଣ୍ଡିଆ କହିଛି।

ଜଳେଶ୍ୱରପୁର ହାଇସ୍କୁଲରେ ସ୍ଵାସ୍ଥ ମେଳା ଅନୁଷ୍ଠିତ

ଆୟୁଷ୍ମାନ ଭାରତ ପକ୍ଷରୁ ବ୍ଲକ ସ୍ତରୀୟ ସ୍ଵାସ୍ଥ ମେଳା ବାଲେଶ୍ଵର ଜିଲ୍ଲା ଜଳେଶ୍ୱରପୁର ହାଇସ୍କୁଲ ପରିସରରେରେ ଆଜି ଅନୁଷ୍ଠିତ ହୋଇଥିଲା।

ସାଂସଦ ପ୍ରତାପ ଷଡ଼ଙ୍ଗୀ ଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ।
ଏହି ଶିବିରରେ ସମସ୍ତ ରୋଗୀର ଚିକିତ୍ସା ମାଗଣା କରାଯିବା ସହିତ ଔଷଧ ପ୍ରଦାନ କରାଯାଇଥିଲା।

ଆଜି ପୂର୍ବାହ୍ନରେ ବାଲେଶ୍ଵରରେ ୩୭ ଡ଼ିଗ୍ରୀ ତାପମାତ୍ରା ରେକର୍ଡ

ଆଜି ଦିନ ୧୧.୩୦ ସୁଦ୍ଧା ବାଲେଶ୍ଵରରେ ୩୭ ଡ଼ିଗ୍ରୀ ଦିନ ତାପମାତ୍ରା ରେକର୍ଡ ହୋଇଥିବା ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

‘ଏମିତି ଚାଲିଥିବ’ ଉପନ୍ୟାସ ପୁସ୍ତକର ଶୁଭ ଲୋକାର୍ପଣ

ବାଲେଶ୍ଵର ସହରସ୍ଥିତ ଆତିଥ୍ୟ ସଭାଗୃହରେ ବରିଷ୍ଠ ସାହିତ୍ୟିକ ସୃଷ୍ଟିଧର ପରିଡାଙ୍କ ଦ୍ବାରା ରଚିତ ‘ଏମିତି ଚାଲିଥିବ’ ଉପନ୍ୟାସ ପୁସ୍ତକର ଶୁଭ ଲୋକାର୍ପଣ ହୋଇଛି।

ଏଥିରେ କବି, ସାହିତ୍ୟିକ,ଔପନାସିକ ଓ ସମାଜସେବୀ ଉପସ୍ଥିତ ଉପସ୍ଥିତ ଥିଲେ।

ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ ଅବସରରେ ସମୁହ ଦୀପଦାନ

ବାଲେଶ୍ଵର ଜିଲ୍ଲା ସୋର ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳନ ଅବସରରେ ସ୍ଥାନୀୟ ବିଧାୟକ ପର୍ଶୁରାମ ଧଡାଙ୍କ ନେତୃତ୍ବରେ ଆଜି ସଂଧ୍ୟାରେ ରାଇପୁର ସ୍ଥିତ ରାଧାକୃଷ୍ଣ ମନ୍ଦିରରେ ସମୂହ ଦୀପଦାନ କରାଯାଇଥିବା ଜଣାଯାଇଛି।

Nuakhai wishes