ଷ୍ଟାବିଲାଇଜର ଯୋଗାଣକୁ ନେଇ ଟେଣ୍ତର ବିଜ୍ଞପ୍ତି

ନୂଆପଡା ଜିଲ୍ଲା ସିନାପାଲି ତହସିଲକୁ ନଅ ଗୋଟି ଷ୍ଟାବିଲାଇଜର ଯୋଗାଣକୁ ନେଇ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ ପାଇଛି।

ଆଶାୟୀ ଅପ୍ରେଲ ୨୯ ଯାଏ ବିଡ ଆବେଦନ କରିପାରିବେ।

ତୁଳାରାମଙ୍କୁ ତରଭୁଜ ଦେଇଛି ବଞ୍ଚିବାର ରାହା

ନୂଆପଡା ଜିଲ୍ଲା କୋମନା ବ୍ଲକ ନୂଆଗାଁର ଯୁବଚାଷୀ ତୁଳାରାମ ଭୋଇ ତାଙ୍କ ଜମିରେ ଧାନ ଚାଷ ସହ ଗୋଟେ ଅର୍ଥକରୀ ଫସଲପାଇଁ ମନ ବଳାଇଥିଲେ ଏବଂ ଖରାଦିନେ ତରଭୁଜ,ଭେଣ୍ଡି,ପୋଟଳ ଚାଷ କରି ଭଲ ଦି ପଇସା ରାଜଗର କରି ପାରୁଛନ୍ତି ।

ଏହା ତରଭୁଜ ଚାଷ ପରେ ସେହି ଜମିରେ କପା ଚାଷ କରିଥାନ୍ତି ତୁଳାରାମ

ବଲେରୋ ଦୁର୍ଘଟଣାରେ ପରିବାରର ୮ ଆହତ

ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ହାତୀବନ୍ଧା ଗ୍ରାମ ନିକଟ ବିଜୁ ଏକ୍ସପ୍ରେସ ୱେରେ ଆଜି ଏକ ବାଇକକୁ ସାଇଡ ଦେବାକୁ ଯାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହେବାରୁ 8 ଜଣଙ୍କ ମୃତ୍ୟୁ ହୋଇଛି l

ଆହତ ମାନେ କଳାହାଣ୍ଡି ଜିଲ୍ଲା ଚିଚିଆ ଗ୍ରାମର ବାସିନ୍ଦା l ସେମାନଙ୍କୁ ଧର୍ମଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l

ପାଣି ପାଇଁ ଚାଷଜମି ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ

ନୂଆପଡା ଜିଲ୍ଲା ବୋଡେ଼ନ ଅନ୍ତର୍ଗତ ନିମନା ଏବଂ ବୋଇରଗାଁରେ ପାଣି ଟିକିଏ ପାଇଁ ଗ୍ରାମବାସୀ ଏକ କିମି ଦୂରରେ ଥିବା ଏକ ଚାଷ ଜମିରେ ଏକ ଗାତ ଖୋଳି ପାଣି ସଂଗ୍ରହ କରୁଛନ୍ତି ।

ଉକ୍ତ ଜମିରେ ପାଣି ପାଇଁ ଲାଇନ ଲାଗିବାକୁ ମଧ୍ୟ ପଡୁଛି ।
୨୦୦୬ ମସିହାରୁ ନିମନା ଗ୍ରାମରେ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଆଜି ଯାଏ ନିର୍ମାଣ ଶେଷ ହୋଇନଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି ।ସେପଟେ ଜନ ସ୍ଵାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ରାସ୍ତା କାମ ପାଇଁ ପାଇପ କଟି ଯାଇଛି ତୁରନ୍ତ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ।

Nuakhai wishes