ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ,ରାସ୍ତାରୋକ ଆନ୍ଦୋଳନ ଜାରି

ଗତକାଲି ରାତିରେ ବିନିକା ଏସ ରାମପୁର ରାସ୍ତାର ଦାନୀପାଲି ଛକ ଠାରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକର ମୃତ୍ୟୁ ହୋଇଛି।ମୃତ ଯୁବକ ହେଉଛନ୍ତି ବିନିକା ବେତେରା ପଡ଼ାର ଗୋବିନ୍ଦ ଗୁରୁ ।

ସେ କନ୍ୟାକା ରାଇସ ମିଳରେ କାମ ସାରି ନିଜ ଘରକୁ ଫେରୁଥିବାବେଳେ ଏହି ଘଟଣା ଘଟିଥିଲା ୧୦୮ ଯୋଗେ ବିନିକା ଡାକ୍ତରଖାନାକୁ ଅଣାଯାଇ ପରେ ଡାକ୍ତର ମୃତ ଘୋଷଣା କରିଥିଲେ ।ପରେ ଉତ୍ୟକ୍ତ ଲୋକମାନେ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ଓ କ୍ଷତିପୂରଣ ଦାବି ନେଇ ରାସ୍ତାରୋକ କରିଛନ୍ତି ।ବର୍ତମାନ ପର୍ଯ୍ୟନ୍ତ ବିନିକାର କଲେଜ ଗେଟ,ଡାକ୍ତରଖାନା ଛକ ଓ ପାପକ୍ଷୟ ଛକ ଠାରେ ରାସ୍ତା ଅବରୋଧ ରହିଛି ।

ସୁବଳୟା ଶିବ ମନ୍ଦିରରେ ହନୁମାନ ବିଗ୍ରହ ପ୍ରତିଷ୍ଠା

ଆଜି ପବିତ୍ର ହନୁମାନ ଜୟନ୍ତୀ ଅବସରରେ ସୁବଳୟା ଶିବ ମନ୍ଦିରରେ ନବନିର୍ମିତ ହନୁମାନ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳନ ହୋଇ ଯାଇଛି l

ଏହି ଅବସରରେ ପ୍ରଭୁ ବଜରଙ୍ଗବଳୀଙ୍କ ଷୋଡସ ଉପଚାର ପୂଜାର୍ଚନା ସହିତ ହନୁମାନ ଚାଳିଶା ପଠନ ହୋଇଥିବାବେଳେ ପୂଜା ଶେଷରେ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ପ୍ରସାଦ ସେବନ ପୂର୍ବକ ପ୍ରତ୍ୟାବର୍ତନ କରିଥିବା ସୂଚନା ମିଳିଛି l

ସୁବଳୟାରେ ହନୁମାନ ଜୟନ୍ତୀ ପାଳନ

ଆଜି ମହା ବିଷୁବ ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ବୀର ବଜରଙ୍ଗ କ୍ଲବ ତରଫରୁ ଆଜି ସନ୍ଧ୍ୟାରେ ବଡ଼ ଧୂମଧାମରେ ପାଳନ ହୋଇଛି।

ସଂକୀର୍ତ୍ତନ ସହ ଭକ୍ତ ଓ ଶ୍ରଦ୍ଧାଳୁ ନଗର ପରିକ୍ରମା କରିବା ସହିତ ସୁବଳୟା ବଡ଼ଦାଣ୍ଡ ସ୍ଥିତ ବଜରଙ୍ଗ ମନ୍ଦିରରେ ପହଂଚି ପୂଜାର୍ଚନା କରିଥିଲେ।

ଲୁପୁରସିଂହାରେ ୧୦୮ ହନୁମାନ ଚାଳିଶା ପଠନ

ସୋନପୁର ସଦର ବ୍କକ ଲୁପୁରସିଂହା ଗ୍ରାମରେ ତେଜେଶ୍ବର ଦାଶଙ୍କ ପୌରହିତ୍ୟରେ ୧୦୮ ହନୁମାନ ଚାଲିଶା ପଠନ ହୋଇ ଥିଲା।

ଏଥିରେ ଗ୍ରାମବାସୀ ସହଯୋଗ କରିଥିଲେ ।

ବଡଖମାର ଠାରେ ଆମ୍ବେଦକର ଜୟନ୍ତୀ ପାଳିତ

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବଡ଼ଖମାର ଲାଲବାହାଦୂର ଯୁବକ ସଂଘ ତରଫରୁ ସଂଘର କଯ୍ୟାଳୟ ଠାରେ ସମ୍ପାଦକ ଗଦାଧର ବାଦୀଙ୍କ ଆହ୍ୱାନକ୍ରମେ ଆଜି ସନ୍ଧ୍ୟାରେ ୧୩୧ ତମ ଆମ୍ବେଦକର ଜୟନ୍ତୀ ପାଳିତ ହୋଇଛି।

ଏଥିରେ ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ।

ରଥପୁର ଦୁର୍ଗାପୂଜା କମିଟି ତରଫରୁ ପଣା ବଣ୍ଟନ

ଆଜି ପଣାସଂକ୍ରାନ୍ତି ଅବସରରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ପଞ୍ଚାୟତର ରଥପୁର ଦୁର୍ଗାପୂଜା କମିଟି ତରଫରୁ ସ୍ଥାନୀୟ ଛକ ଠାରେ ପଣା ବଣ୍ଟନ କରାଯାଇଥିଲା ।

ଏଥିରେ ଦୁର୍ଗାପୂଜା କମିଟିର କର୍ମକର୍ତ୍ତା ସହଯୋଗ କରିଥିଲେ ।

ସୋନପୁର ରାଜ୍ୟର ଉତ୍ତପ୍ତ ସହର, ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ

ସୋନପୁରରେ ଆଜି ୪୪.୨ ଡିଗ୍ରୀ ସେଲସିଆସ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଏହା ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ରେକର୍ଡ ହୋଇଥିବା ତାପମାତ୍ରା ମଧ୍ୟରେ ସର୍ବାଧିକ ବୋଲି ରାଜ୍ୟ ପାଣିପାଗ କେନ୍ଦ୍ର କହିଛି।

ହନୁମାନ ଜୟନ୍ତୀ ଉପଲକ୍ଷେ ବିରାଟ ଶୋଭାଯାତ୍ରା

ବିନିକା ବଜରଙ୍ଗ ଦଳ ତରଫରୁ ଆଜି ହନୁମାନ ଜୟନ୍ତୀ ପାଳନ ନେଇ ସହରରେ ବିରାଟ ବାଇକ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା ।

ଏଥିରେ ବଜରଙ୍ଗ ଦଳର ଶତାଧିକ ବ୍ୟକ୍ତି ସାମିଲ ହୋଇଥିଲେ ।

ମୋ ସ୍କୁଲ ଅଭିଯାନରେ ୫୦ ଲକ୍ଷ ୬୦୦ ଟଙ୍କା ସଂଗ୍ରହ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ହାଇସ୍କୁଲ ଠାରେ ଆୟୋଜିତ ବ୍ଲକସ୍ତରୀୟ ମେଗା ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମରେ ସର୍ବମୋଟ ୫୦ ଲକ୍ଷ ୬୦୦ ଟଙ୍କା ସଂଗ୍ରହ ହୋଇଥିବା ଜଣଯାଇଛି ।

ଏହି କାର୍ଯ୍ୟକ୍ରମରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ।

ଡବଳଙ୍ଗ ଝାମୁଯାତ୍ରା କମିଟିର ସାମୁହିକ ପ୍ରସାଦ ସେବନ

ସୋନପୁର ସଦର ବ୍କକ ଅନ୍ତର୍ଗତ ଡବଳଙ୍ଗ ଉର୍ତ୍ତାଲିନଦୀ କୂଳରେ ଝାମୁଯାତ୍ରା କମିର ପଣା ସଂକ୍ରାନ୍ତି ଓ ଦଣ୍ତ ଦେବତାଙ୍କୁ ପୂଜିର୍ଚ୍ଚନା ପରେ ସାମୁହିକପ୍ରସାଦସେବନ ଅନୁଷ୍ଟିତ ହୋଇଥିଲା ।

ସଭାପତି ନିଲମଣି ମହାକୁରଙ୍କ ତତ୍ଵବଧାନରେ କମିଟିର ସମସ୍ତେ ଯୋଗଦେଇ ଥିଲେ ।

Nuakhai wishes