‘ସେତୁ’ ଯୋଜନାରେ ମାଲକାନଗିରିରର ୧୦ ପଞ୍ଚାୟତ ସାମିଲ

ସ୍ୱାଭିମାନ ଅଞ୍ଚଳର ୧୦ ପଞ୍ଚାୟତ ସାମିଲ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସେତୁ ଯୋଜନାର ବ୍ୟୟ ଅଟକଳ ୫୦ କୋଟିରୁ ୧୦୦ କୋଟିକୁ ବୃଦ୍ଧି ହୋଇଛି।

ଡିଭିଏଫ୍ ଯବାନଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ

ମାଲକାନଗିରି ଚମ୍ପାଖାରି ନିକଟରେ ଦୁର୍ଘଟଣା ଏହି ଘଟିଛି।

ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଅନ୍ୟ ବାଇକ୍‌ ସହ ଧକ୍କା ହୋଇଛି। ଆଉ ୩ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି।

ଲାଞ୍ଚ ନେଉଥିଲେ ଆରଆଇ, ଧରିଲା ଭିଜିଲାନ୍ସ

ମାଲକାନଗିରି ଜିଲ୍ଲା ସିନ୍ଧ୍ରିମାଳା ଆରଆଇ ସୀମାଞ୍ଚଳ ସାହୁ ୨୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଧରିଛି।

କ୍ଷତିପୂରଣ କରାଇବାକୁ କହି ଲାଞ୍ଚ ନେବାବେଳେ ଧରାପଡ଼ିଲେ।

ଝୁଲନ୍ତା ଅବସ୍ଥାରେ କଏଦୀଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି ଉପକାରାଗାର ପାଇଖାନା ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି।

ମାଲକାନଗିରି ମେଡିକାଲରେ ମୃତ ଘୋଷଣା କରିଛନ୍ତି ଡାକ୍ତର। ମୃତ କଏଦୀ MPV-୩୭ର ବିଧାନ ମିର୍ଦ୍ଧା ସୂଚନା ମିଳିଛି। ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ବିଧାନ।

ସ୍ବାଭିମାନ ଅଞ୍ଚଳରେ ଡଙ୍ଗା ବୁଡ଼ି ୨ ନିଖୋଜ, ୩ ଉଦ୍ଧାର

ମାଲକାନଗିରି ଜିଲ୍ଲା ସିନ୍ଦିଗୁଡ଼ା ଗାଁ ନିକଟ ଡ୍ୟାମ୍‌ରେ ଭାରସାମ୍ୟ ହରାଇ ଡଙ୍ଗା ବୁଡ଼ିଯାଇଛି।

ଏମାନେ ଆନ୍ଧ୍ର ପଡ଼ାଲପୁରରେ ବାହାଘର ଭୋଜି ଖାଇ ଫେରୁଥିଲେ। ଉଦ୍ଧାର କାର୍ଯ୍ୟରେ ଖଇରପୁଟ ଅଗ୍ନିଶମ ଟିମ୍‌ ଓ ମୁଦୁଲିପଡ଼ା ପୋଲିସ ନିୟଜିତ। ଅଛନ୍ତି।

୬ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା

ମାଲକାନଗିରିରେ ୪ ଓ ଗଂଜାମ ଆର୍ଯ୍ୟପଲୀରେ ୨ ମୃତ ଘଟଣାରେ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ସହ ଘଟଣାକୁ ନେଇ ଦୁଃଖପ୍ରକାଶ କରୁଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲି କାଳବୈଶାଖୀରେ ମାଲକାନଗିରିରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଆର୍ଯ୍ୟପଲୀ ନିକଟ ସମୁଦ୍ରରେ ବୁଡ଼ିଯାଇ ୨ ଛାତ୍ରୀ ପ୍ରାଣ ହରାଇଥିଲେ।

ସତୀଗୁଡ଼ା ଡ୍ୟାମରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଗତକାଲି ମାଲକାନଗିରି ସତୀଗୁଡ଼ା ଡ୍ୟାମ୍‌ରେ ୨ ଡଙ୍ଗା ବୁଡ଼ି ୨ ଜଣ ନିଖୋଜ ଥିବାବେଳେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।

ଜଣେ ପୁରୁଷ ଏବେ ବି ନିଖୋଜ ଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ମେଧାବୀ କର୍ମାଙ୍କ ପଢ଼ା ଖର୍ଚ୍ଚ ବହନ କରିବାକୁ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି

ମେଧାବୀ ବଣ୍ଡା ଛାତ୍ରୀ କର୍ମା ମୁଦୁଲିଙ୍କୁ ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ସହାୟତାର ପ୍ରତିଶ୍ରୁତି ଦିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ଯୋଗାଇ ଦିଆଯିବ। ରମାଦେବୀ ମହିଳା ବଶ୍ବବିଦ୍ୟାଳୟ ଛାତ୍ରୀ ହେଉଛନ୍ତି କର୍ମା ମୁଦୁଲି।୨୦୨୧-୨୨ ବର୍ଷରେ ମାଲକାନଗିରି ଜିଲ୍ଲାରେ କମର୍ସ ଟପ୍ପର ହୋଇଥିଲେ। ପାଠପଢା ଖର୍ଚ୍ଚ ଉଠାଇବା ପାଇଁ ସେ ଦିନମଜୁରିଆ ଭାବେ କାମ କରୁଥିବା ନେଇ ଖବର ପ୍ରସାରଣ ହୋଇଥିଲା।

ଚିତ୍ରକୋଣ୍ଡା ଜଳଭଣ୍ଡାରରେ ଡଙ୍ଗା ବୁଡ଼ି ଜଣେ ନିଖୋଜ, ୨ ଉଦ୍ଧାର

ମାଲକାନଗିରି ଜିଲ୍ଲା ସିଙ୍ଗାରାମ ନିକଟରେ ଦେଶୀ ଡଙ୍ଗାରେ ମାଛ ଧରିବା ବେଳେ ବୁଡ଼ିଯାଇଥିଲା।

ହଠାତ ବର୍ଷା, ପବନ ମାଡ଼ି ଆସିବାରୁ ଡଙ୍ଗାଟି ବୁଡ଼ିଯାଇଥିବା ସୂଚନା ମିଳିଛି। ନିଖୋଜ ଓ ଉଦ୍ଧାର ପାଇଥିବା ଲୋକେ ଡାଇକ୍‌-୩ ଗାଁର।

Nuakhai wishes