ଭିଜିଲାନ୍ସ ଜାଲରେ ଜଳେଶ୍ୱର ବିଡିଓ

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଡିଓ ଅଶ୍ୱିନୀ କୁମାର ଦାଶଙ୍କ ଘରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରାଯାଇଛି ।

ଅଶ୍ୱିନୀଙ୍କ ସରକାରୀ ବାସଭବନ,କଟକ ପୈତୃକ ଘର, ଜଳେଶ୍ୱର ଅଫିସ୍ ସମେତ ୬ଟି ସ୍ଥାନରେ ରେଡ୍ କରାଯାଇଛି ।

ଝାଂପୁରା ଗ୍ରାମରେ ଅଗ୍ନିକାଣ୍ଡ

ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ୍ ଝାମ୍ପୁରା ଗ୍ରାମରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି କଟିନ ସିଂ ନାମ୍ନୀ ଜନୈକ ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ ଘର ପୋଡି ଯାଇଛି।

ପରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ଦୋକାନୀଙ୍କ ଭୁଲ ଔଷଧ ଦେବାକୁ ନେଇ ଉତ୍ତେଜନା

ବାଲେଶ୍ୱର ମେଡିକାଲ ନିକଟରେ ଥିବା ଏକ ଔଷଧ ଦୋକାନରେ ଭୁଲ୍ ପରିମାଣର ଔଷଧ ଦେଇଥିବାରୁ ୪ ବର୍ଷର ଶିଶୁ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି।

ଘଟଣାସ୍ଥଳରେ ସହଦେବଖୁଣ୍ଟା ପୁଲିସ ପହଞ୍ଚି ତଦନ୍ତ କରିବା ସହ ଦୋକାନୀକୁ ଅଟକ ରଖିଛି। ଶିଶୁକୁ ଗୁରୁତର ଅବସ୍ଥାରେ ଶିଶୁ ଭବନରେ ଭର୍ତ୍ତି କରାଯାଇଛି।

ବାଲେଶ୍ୱରର ନୂଆ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ

ଗଞ୍ଜାମ ପିଡି ଡିଆରଡିଏ ଦତ୍ତାତ୍ରେୟା ଭାଉସାହେବ ସିନ୍ଦେଙ୍କୁ ଆଜି ବାଲେଶ୍ୱରର ନୂଆ ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି ଳ

ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଛି l

ରଜ ପାଳିଲେ ସ୍କୁଲ ପିଲା

ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ବାଗ ଗ୍ରାମରେ ନୂଆ କରି ଗଢି ଉଠିଥିବା ଅଗ୍ରଣୀ ଶିକ୍ଷାନୁଷ୍ଟାନ ଉତ୍କଳ ଭେନଚର ଇଣ୍ଟେରନେଶନାଲ ଇଂଗିଲିଶ ମିଡ଼ିଅମ ସ୍କୁଲରେ ଆଜି କୁନିକୁନି ପିଲାମାନେ ଗୋଡ଼ର ଅଳତା ହାତରେ ମେହେନ୍ଦି ପିନ୍ଧିବା ସହିତ ନୂଆ ପୋଷାକ ପିନ୍ଧି ବିଭିନ୍ନ ପ୍ରକାର ପିଠା ପଣା ଓ ମିଠା ପାନ ଖାଇ ରଜ ଗୀତ ଗାଇ ରଜ ଦୋଳି ଝୁଲିବା ସହିତ ପୁଚି ଖେଳି ଥିଲେ।

ବାଲେଶ୍ୱରରେ ବନ୍ଦର ପ୍ରଭାଵ

ବାଲେଶ୍ଵରରେ ବିପର୍ଯ୍ୟସ୍ତ ଆଇନ୍ ଶୃଙ୍ଖଳା ପ୍ରତିବାଦରେ ଆଜି ବିଜେପି ଯୁବମୋର୍ଚା ଓ ଅନ୍ୟାନ୍ୟ ଗଣ ସଂଗଠନ ପକ୍ଷରୁ ବାଲେଶ୍ଵର ବନ୍ଦ ଡାକରା ଦିଆଯାଇଛି।

ଏହା ସନ୍ଧ୍ୟା ୬ପର୍ଯ୍ୟନ୍ତ ଜାରି ରହିବ। ଏହି ବନ୍ଦ ପ୍ରଭାବରେ ଆଜି ବାଲେଶ୍ଵରରେ ଗାଡି ଚଳାଚଳ ବାଧାପ୍ରାପ୍ତ ସହ ଦୋକାନ ବଜାର ବନ୍ଦ ରହିଛି।

ବାଲେଶ୍ଵର ବନ୍ଦ, ଆନ୍ଦୋଳନକାରୀଙ୍କ ପିକେଟିଂ

ସହରରେ ଆଇନ ଶୃଙ୍ଖଳାର ଅବନତି ହୋଇଥିବା ଅଭିଯୋଗ କରି କେତେକ ସଂଗଠନ ଆଜି ୧୨ ଘଣ୍ଟିଆ ବାଲେଶ୍ଵର ବନ୍ଦ ଡାକରା ଦେଇଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି।

ଗାଡ଼ି ମଟର ଓ ଦୋକାନ ବଜାର ବନ୍ଦ ଥିବା ବେଳେ ଆନ୍ଦୋଳନକାରୀ ବିଭିନ୍ନ ସ୍ଥାନରେ ପ୍ଲା କାର୍ଡ ଓ ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରୁଥିବା ଦେଖା ଯାଇଛି।

ଟ୍ରକକୁ ଧକ୍କା ଦେଲା ବୋଲେରୋ, ଜଣେ ମୃତ, 3 ଆହତ

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ବେଗୁନିଆ ଛକରେ ଆଜି ସକାଳେ ରାଜପଥରେ ଛିଡା ହୋଇଥିବା ଏକ ଟ୍ରକକୁ ଏକ ବୋଲେରୋ ଧକ୍କା ଦେବାରୁ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି l

ବୋଲେରୋରେ ଥିବା ଲୋକମାନେ ବାଲେଶ୍ୱରରୁ କଟକ ଯାଉଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା l

Nuakhai wishes