ବାଲେଶ୍ୱର ଡିଭିଜନାଲ ଲେବର କମିଶନର କାର୍ଯ୍ୟାଳୟ ଛାତ ଭୁଶୁଡ଼ିଲା

କମିଶନର କାର୍ଯ୍ୟାଳୟରେ ବସିଥିବା ବେଳେ ଉପରେ ଛାତ ପଡ଼ିଥିଲା।

ପ୍ରାୟ ୫ ଫୁଟର ଏକ ସିମେଣ୍ଟ ଖଣ୍ଡ ସିଲିଂ ଭାଙ୍ଗି ତଳେ ପଡ଼ିଥିଲା। ଅଘଟଣ ବେଳେ କମିଶନର ଉପସ୍ଥିତ ଥିଲେ ବି ଅଳ୍ପକେ ବର୍ତ୍ତିଯାଇଛନ୍ତି।

ଲାଞ୍ଚ ମାମଲାରେ ପୂର୍ବତନ କନିଷ୍ଠ କିରାଣିଙ୍କୁ ଜେଲ୍

କିରାଣି ଗଗନ ସାହୁଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡା ଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ।

୨୦୧୭ରେ ପେନସନ ନିୟମିତ କରିବାକୁ ଲାଞ୍ଚ ନେଇ ଧରାପଡିଥିଲେ।

ମହୁମାଛି ଆକ୍ରମଣରେ ଜେଜେ ମୃତ, ନାତି ଗୁରୁତର

ବାଲେଶ୍ଵର ଜିଲ୍ଲା ନୀଳଗିରି ବାଙ୍କୀସାହି ଗାଁରେ ଏହି ଘଟଣା ଘଟିଛି।

ଘର ପାଖରେ ନିଆଁ ଲଗାଇଲା ବେଳେ ଆକ୍ରମଣ କରିଥିଲେ ମହୁମାଛି।ଗୁରୁତର ଅବସ୍ଥାରେ ଉଭୟଙ୍କୁ ନୀଳଗିରି ମେଡିକାଲ ନିଆଯାଇଥିଲା। ସେଠାରେ ଜେଜେର ମୃତ୍ୟୁ ଘଟିଛି।

ହଳଦିପଦା ରେଳ ଧାରଣାରୁ ମୃତଦେହ ଉଦ୍ଧାର

ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ପାଳସିଆ ଗାଁରେ ଏହି ଘଟଣା ଘଟିଥିବା ବେଳେ ବସ୍ତାରେ ଭର୍ତ୍ତି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ।

ବାପ ଘର ହତ୍ୟା ଅଭିଯୋଗ ଆଣିଥିବା ବେଳେ ସ୍ବାମୀ, ଶ୍ବଶୁର ଫେରାର ଅଛନ୍ତି।

ହାଇୱାକୁ ପଛରୁ ପିଟିଲା ଟ୍ରକ୍‌; ୨ ମୃତ, ୨ ଗୁରୁତର

ବାଲେଶ୍ଵର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜ ଛକ ନିକଟରେ ଦୁର୍ଘଟଣା ଘଟିଛି।

ଦୁର୍ଘଟଣା ପରେ ଟ୍ରକରେ ୪ ଜଣ ଚାପି ହୋଇ ରହିଥିଲେ। ଲୋକଙ୍କ ଦ୍ବାରା ଉଦ୍ଧାର ପରେ ୨ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ଦୁର୍ଘଟଣା ପରେ ଟ୍ରକ୍‌ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି।

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ୨୦୨୨ରେ ଅପହରଣ ଓ ଦୁଷ୍କର୍ମ ହୋଇଥିଲା।

ଦୋଷୀ ଆକାଶ ମଲ୍ଲିକକୁ ଦଣ୍ଡାଦେଶ ଦେଲେ ପୋକ୍ସୋ କୋର୍ଟ।

ନାବାଳିକା ଦୁଷ୍କର୍ମୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ

ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ ୨୦୨୨ରେ ଅପହରଣ ଓ ଦୁଷ୍କର୍ମ ହୋଇଥିଲା।

ଦୋଷୀ ଆକାଶ ମଲ୍ଲିକକୁ ଦଣ୍ଡାଦେଶ ଦେଲେ ପୋକ୍ସୋ କୋର୍ଟ।

ଚନ୍ଦନେଶ୍ବର ୟୁନିୟନ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍

ବାଲେଶ୍ଵର ଜିଲ୍ଲା ଚନ୍ଦନେଶ୍ବର ୟୁନିୟନ ବ୍ୟାଙ୍କରେ ୭/୮ ଜଣ ଡକାୟତ ବ୍ୟାଙ୍କ କର୍ମଚାରୀଙ୍କୁ ତାଲା ପକାଇ, ପିସ୍ତଲ ଦେଖାଇ ଟଙ୍କା, ସୁନା ଲୁଟି ନେଇଛନ୍ତି।

ପ୍ରାୟ ୩୦ରୁ ୪୦ ଲକ୍ଷ ଟଙ୍କା ଓ ସବୁ ସୁନା ଲୁଟି ନେଇଥିବା ସୂଚନା ମିଳିଛି।ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବ୍ୟାଙ୍କ ତାଲା ଖୋଲିଲା ପୁଲିସ।

ବାଲେଶ୍ବରରେ ଯୌନ ନିର୍ଯାତନା ମାମଲାରେ ଜେଲ୍

୨୦୧୫ରେ ନାବାଳିକାଙ୍କୁ ଯୌନ ନିର୍ଯାତନା ମାମଲାରେ ସେବାଶ୍ରମ ମାଲିକଙ୍କୁ ୫ ବର୍ଷ ୧୦ ମାସ ଜେଲ୍ ସହ ୧ ହଜାର ଫାଇନ ଦଣ୍ଡାଦେଶ ଦେଇଛନ୍ତି ସ୍ବତନ୍ତ୍ର ପକ୍ସୋ କୋର୍ଟ।

ବୁଢ଼ାବଳଙ୍ଗ ନଦୀରେ ବୁଡ଼ି ୨ ସଂପର୍କୀୟ ଭାଇ ମୃତ

ବାଲେଶ୍ବର ଜିଲ୍ଲା ରେମୁଣା ପତୁକାଶାସନ ଗାଁରେ ଏହି ଅଘଟଣ ଘଟିଛି।

ଜଣଙ୍କ ଘଟଣାସ୍ଥଳରେ ଓ ଆଉ ଜଣଙ୍କ ବୈଶିଙ୍ଗା ହସ୍ପିଟାଲରେ ମୃତ୍ୟୁ ଘଟିଛି। ମୃତକ ୨ ଜଣ ନାବାଳକ ଏବଂ ତାଙ୍କ ବୟସ ୮ ଓ ୧୭ ବର୍ଷ।

Nuakhai wishes