ବିଦ୍ୟାଳୟର ୧୫ ଛାତ୍ରଛାତ୍ରୀ ଅସୁସ୍ଥ

ବଲାଙ୍ଗିର ଜିଲ୍ଲା ପଥରଚେପା ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ପିଲାଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଖାଦ୍ୟ ଖାଇ ୧୫ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଛନ୍ତି।

ହଷ୍ଟେଲରେ ମେଡିକାଲ ଟିମ୍‌ର ଚିକିତ୍ସା ପରେ ପହଞ୍ଚିଛନ୍ତି ଫୁଡ୍‌ ଇନ୍ସପେକ୍ଟର।

ଟ୍ରକ ଧକ୍କାରେ କନେଷ୍ଟବଲ ମୃତ

କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବଇ କଲିକତା ରାସ୍ତାର ଝାରବେଡା ନିକଟରେ ଶନିବାର ଏକ ଟ୍ରକ ଧକା ରେ ତୁରୁମୁଙ୍ଗା ଥାନା ର କାର୍ଯ୍ୟରତ କନେଷ୍ଟବଲଙ୍କ ମର୍ମନ୍ତୁଦ ମୃତ୍ୟୁ ଘଟିଛି।

ମୃତ କନେଷ୍ଟବଲ ଜଣକ ହେଉଛନ୍ତି ରଘୁନାଥ ମୁର୍ମୁ । ସେ ସାଇକେଲ ଯୋଗେ ଥାନାକୁ ଯାଉଥିବା ସମୟ ରେତାଙ୍କୁ ଟ୍ରକ ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ଉତ୍ତେଜନା ଲାଗିରହିଛି।

ଯୁବକଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ

ଜଙ୍ଗଲ କାଟିବା ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଘରୁ ଡାକି ନେଇ ଯୁବକକୁ ଗୁଳି କରିଛନ୍ତି ମାଓବାଦୀ।

ହତ୍ୟା ନେଇ ମେନପୁର-ନୂଆପଡ଼ା ଡିଭିଜନ ପକ୍ଷରୁ ପୋଷ୍ଟର ଜାରି ହୋଇଛି। ବନ ବିଭାଗ ସହ ମିଶି ଜଙ୍ଗଲ କାଟି ଥିବାରୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି। ମୃତ ଯୁବକ ଲକ୍ଷ୍ମୀପୁର ଗାଁର ନାରାୟଣ ନାଗେସ୍‌ ବୋଲି ସୂଚନା ମିଳିଛି।

ଯୁବକଙ୍କୁ ଗୁଳିକରି ହତ୍ୟା କଲେ ମାଓବାଦୀ

ଜଙ୍ଗଲ କାଟିବା ଅଭିଯୋଗରେ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଘରୁ ଡାକି ନେଇ ଯୁବକକୁ ଗୁଳି କରିଛନ୍ତି ମାଓବାଦୀ।

ହତ୍ୟା ନେଇ ମେନପୁର-ନୂଆପଡ଼ା ଡିଭିଜନ ପକ୍ଷରୁ ପୋଷ୍ଟର ଜାରି ହୋଇଛି। ବନ ବିଭାଗ ସହ ମିଶି ଜଙ୍ଗଲ କାଟି ଥିବାରୁ ହତ୍ୟା କରାଯାଇଥିବା ଉଲ୍ଲେଖ ରହିଛି। ମୃତ ଯୁବକ ଲକ୍ଷ୍ମୀପୁର ଗାଁର ନାରାୟଣ ନାଗେସ୍‌ ବୋଲି ସୂଚନା ମିଳିଛି।

ପୁରୀ ବଡ଼ଦାଣ୍ଡ ମାର୍କେଟ ଛକରେ ହଣାହଣି; ୫ ଆହତ

ପୁରୀ ଖଡ଼ିପଦା ମେଲଣରେ ଜୁଆ ଖେଳରେ ଗଣ୍ଡଗୋଳକୁ ନେଇ ହଣାହଣି ହୋଇଥିବା ବେଳେ ଏଥିରେ ୫ ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଅଛି।

ସମସ୍ତ ଗୁରୁତର ଆହତ ପୁରୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ଘଟଣାସ୍ଥଳରେ ଟାଉନ ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି।

ସୋନପୁର ନେହେରୁ ଯୁବକେନ୍ଦ୍ର ତରଫରୁ ଖାଦ୍ୟ ବଣ୍ଟନ

ସୋନପୁର ନେହେରୁ ଯୁବକେନ୍ଦ୍ର ତରଫରୁ ଶୁକ୍ରବାର ବଡ଼ଖମାର ସ୍ଥିତ ବରାହପଦର ମଠ ଠାରେ ବୃଦ୍ଧବୃଦ୍ଧାମାନଙ୍କୁ ନିଜ ଶରୀର ଯତ୍ନ ନେବା ପାଇଁ ପରାମର୍ଶ ଦିଆଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ଜଟେସିଂହା ସରପଞ୍ଚ ସୁନିତା ପଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟତମ ଅତିଥି ଭାବରେ ସମାଜସେବି ବିନୁ ପଧାନ, ଲାଲବାହାଦୁର ଯୁବକ ସଂଘ ସଭାପତି ଅମ୍ବରିଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଖାଇବା ପାଇଁ ଥାଳି ତଥା ଫଳ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଆଶିଷ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ବୀରମହାରାଜପୁରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କଲ୍ୟାଣ ମଣ୍ଡପ ଠାରେ ଶୁକ୍ରବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ୩୧ ଜଣ ଶ୍ରବଣ ବାଧିତ, ୬୯ ଶାରୀରିକ ବିକଳାଙ୍ଗ, ୧୫ ଜଣ ଦୃଷ୍ଟି ବାଧିତ, ୩ ସିକିଲ ସେଲ୍, ୨୫ ଜଣଙ୍କ ଠାରେ ବୌଦ୍ଧିକ ଅକ୍ଷମତା ଚିହ୍ନଟ କରାଯାଇଥିଲା ।

ବ୍ଲକ ସରପଞ୍ଚ ସଙ୍ଘର ସାଧାରଣ ବୈଠକ

ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସରପଞ୍ଚ ସଙ୍ଘର ସାଧାରଣ ବୈଠକ ସ୍ଥାନୀୟ ଜଳସେଚନ ବିଭାଗ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି ।

ବ୍ଲକ ସଭାନେତ୍ରୀ ତଥା ଉଫୁଲା ସରପଞ୍ଚ ଶ୍ରୀୟା କର୍ମୀ ଏଥିରେ ଅଧ୍ୟକ୍ଷତା କରିଥିଲେ । ଏଥିରେ କେନ୍ଦ୍ରୀୟ ଅର୍ଥ ଆୟୋଗ, ରାଜ୍ୟ ଅର୍ଥ ଆୟୋଗ, ସ୍ୱଚ୍ଛ ଭାରତ ମିଶନ (ପରିମଳ), ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଅନ୍ୟାନ୍ୟ ଅନୁଦାନ ପ୍ରଦାନରେ ବ୍ଲକ ପ୍ରଶାସନ ଦ୍ବାରା ପାତରଅନ୍ତର ନୀତି ଓ ଅନୈତିକ ପ୍ରକ୍ରିୟା ଅବଲମ୍ବନ କରାଯାଉଥିବା ପାତରଅନ୍ତର ନୀତି ଓ ଅନୈତିକ ପ୍ରକ୍ରିୟା ଅବଲମ୍ବନ କରାଯାଉଥିବା ସମ୍ପର୍କରେ ଅଭିଯୋଗ ହେବା ସହ ଏ ନେଇ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ବରିଷ୍ଠ ନାଗରୀକ ନିବାସରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

ସାନଝିଙ୍କି ସ୍ଥିତ ମହିମା ଆନନ୍ଦ ବରିଷ୍ଠ ନାଗରୀକ ନିବାସରେ ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ଏକ ସ୍ଵାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ପଦ୍ମହଂସା ଦୋରାଙ୍କ ଅଧ୍ୟକ୍ଷତାରେ ଏହି ଅବସରରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ଵାସ୍ଥ୍ୟ ଅଧିକାରୀ(ରୋଗ ନିୟନ୍ତ୍ରଣ) ଡାକ୍ତର ରମେଶ ଚନ୍ଦ୍ର ସ୍ଵାଇଁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

Nuakhai wishes