ଏଣିକି ସ୍କୁଲରେ ଜଳବାୟୁ ପରିବର୍ତ୍ତନ ଓ କୋଭିଡ୍‌ ପରିଚାଳନା ପାଠ୍ୟକ୍ରମ ରହିବ

ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୁଚନା ଦେଇଛନ୍ତି।

୨୦୨୨-୨୩ ଶିକ୍ଷାବର୍ଷରୁ ଜଳବାୟୁ ପରିବର୍ତ୍ତନ ଓ କୋଭିଡ୍‌ ପରିଚାଳନା ପଢାଯିବ।

ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣା: ଛାତ୍ରୀ ନିବାସରେ ତଦନ୍ତକାରୀ ଟିମ

ବିଜେବି କଲେଜ ଛାତ୍ରୀ ନିବାସରେ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ଛାତ୍ରୀ ନିବାସରେ ତଦନ୍ତକାରୀ ଟିମ ସହ ମାନସିକ ରୋଗ ବିଶେଷଜ୍ଞ ପହଞ୍ଚି ତଦନ୍ତ କରିଛନ୍ତି।

ଅନ୍ତେବାସୀମାନେ କୌଣସି ପ୍ରକାର ଚାପ କିମ୍ବା ଭୟରେ ବୟାନ ଦେଉଛନ୍ତି କି ନାହିଁ, ସେନେଇ ଅନୁଧ୍ୟାନ କରୁଛନ୍ତି ମନସ୍ତତ୍ତ୍ୱବିତ।

ଥଣ୍ଡା ଜ୍ବର ଥିଲେ ପିଲାଙ୍କୁ ସ୍କୁଲ ଛାଡନ୍ତୁନି : ଗଣଶିକ୍ଷା ମନ୍ତ୍ରୀ

ଥଣ୍ଡା ହୋଇଥିଲେ ପିଲାମାନଙ୍କୁ ସ୍କୁଲ ଛାଡନ୍ତୁ ନାହିଁ ବୋଲି ଅଭିଭାବକଙ୍କ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ସବୁ ଥଣ୍ଡା ଜ୍ଵର କୋଭିଡ ନୁହେଁ, କିନ୍ତୁ ଥଣ୍ଡା ଜ୍ବର ଥିଲେ ପିଲାଙ୍କୁ ଛାଡନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେବା ପରେ ଗଣଶିକ୍ଷା ମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି।

ମହାବିଦ୍ୟାଳୟ ନୂତନ କୋଠା ପାଇଁ ଭୂମିପୂଜା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ନୂତନ କୋଠା ନିର୍ମାଣ ନିମନ୍ତେ ଆଜି ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି।

ନୂତନ ଭୂମି ଶିଳାନ୍ୟାସ କରିଛନ୍ତି ନଗରପାଳ ଧର୍ମାନନ୍ଦ ଓ ଉପ-ଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ।

ଝାରପଡା ଜେଲରେ ଥିବା ଗ୍ରୀନ-ରେ ସଂସ୍ଥା ଏମଡିଙ୍କ ମୃତ୍ୟୁ

ବିଭିନ୍ନ ମାମଲାରେ 2017 ମସିହାରୁ ଗିରଫ ହୋଇ ଝାରପଡା ଜେଲରେ ଥିବା ଚିଟଫଣ୍ଡ ସଂସ୍ଥା ଗ୍ରୀନ -ରେ ର ଏମଡି ମୀର ସହିରୁଦ୍ଦିନଙ୍କର ଆଜି ବାଥରୁମରେ ଗୋଡ଼ ଖସିଯିବାରୁ ମୃତ୍ୟୁ ଘଟିଥିବା ଜେଲ. ପକ୍ଷରୁ କୁହାଯାଇଛି l

Nuakhai wishes