ଛିଡ଼ିଲା ରେଳ ଲାଇନ ବିଦ୍ୟୁତ୍ ତାର

ବାରିପଦା ଷ୍ଟେସନରେ ଗଛ ପଡ଼ି ରେଳ ଲାଇନ ବିଦ୍ୟୁତ୍ ତାର ଛିଡ଼ିପଡ଼ିଛି।

ଫଳରେ ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଅଟକି ରହିଛି। ମରାମତି କାର୍ଯ୍ୟ ଜାରି ରହିଛି।

ପ୍ରବଳ ବର୍ଷାରେ ସ୍କୁଲ୍ କାନ୍ଥ ଭୁଶୁଡ଼ି ଛାତ ଗଳିପଡ଼ିଲା

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଏନ୍ଏସି କାଶିବାହାଲ ୟୁପି ସ୍କୁଲର କାନ୍ଥ ଭୁଶୁଡ଼ି ଛାତ ଗଳିପଡ଼ିଛି।

ଏଥିରେ କାହାର କ୍ଷତି ହୋଇନାହିଁ।

ଧର୍ମଗଡ଼-ଭବାନୀପାଟଣା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

କଳାହାଣ୍ଡିରେ ଏନ୍ଏଚ-୧୩୦ସି ଉପରେ ୨ ଫୁଟର ବନ୍ୟା ପାଣି ଚାଲିଥିବାରୁ ଧର୍ମଗଡ଼-ଭବାନୀପାଟଣା ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ବଡ଼ବସୁଲ୍ ହାଲେର୍ ଜୋର ନିକଟ ରାସ୍ତାରେ ପାଣି ଚାଲୁଥିବାରୁ ଯାନବାହନ ଚଳାଚଳ ବନ୍ଦ କରିଛି ପ୍ରଶାସନ ।

Nuakhai wishes