ନଳକୂପ ଅଚଳ ମରାମତି ଦାବି

ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ଗ୍ରାମରେ ବହୁ ଦିନ ହେବ ନଳକୂପ ଅଚଳ ହୋଇଥିବା ନେଇ ଅଭିଯୋଗ ହୋଇଛି।

ଫଳରେ ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣ ଦାବି ହେଉଛି।

ଥାନାରେ ଏତଲା ଦେଲା ବିଜେପି

ବିଜେପି ଯୁବ ମୋର୍ଚ୍ଚାର ଆନ୍ଦୋଳନ ବେଳେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା ବିଭିନ୍ନ ଥାନାରେ ଏତଲା ଦେଇଛି ବିଜେପି।

ଖାରବେଳ ନଗର, ଚନ୍ଦ୍ରଶେଖରପୁର ଓ ଏୟାରଫିଲ୍ଡ ଥାନାରେ ଡିଜିପି, ଭୁବନେଶ୍ୱର ଡିସିପି, ଟ୍ୱିନସିଟି କମିଶନରଙ୍କ ନାଁରେ ଏତଲା ଦେଇଛି ଦଳ।

ପୁରୀ ସ୍ବର୍ଗଦ୍ବାରାରେ ହେବ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର

ଆଜି ପୁରୀ ସ୍ବର୍ଗଦ୍ବାରାରେ ପିଣ୍ଟୁ ନନ୍ଦଙ୍କ ଅନ୍ତିମ ସଂସ୍କାର ହେବ।

ଗତକାଲି ରାତିରେ ହାଇଦ୍ରାବାଦରୁ ଭୁବନେଶ୍ବରରେ ପହଞ୍ଚିଥିଲା ମରଶରୀର।

ଯୋଡ଼ା ମାଇନିଙ୍ଗ ଡିଜିଏମଙ୍କ ଘରେ ଭିଜଲାନ୍ସ ରେଡ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଏକାଧିକ ସ୍ଥାନରେ ରେଡ୍ ଚାଲିଛି।

କେବଳ ଭୁବନେଶ୍ୱରରେ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।

ବାହାଘର କାର୍ଡ ବାଣ୍ଟିବା ବାହାନାରେ ଗଞ୍ଜେଇ ଚାଲାଣ

ଅନୁଗୁଳ ଜିଲ୍ଲା ଜରପଡ଼ା ମୁଣ୍ଡା ସାହିରେ ଚଢ଼ାଉ ବେଳେ ୬୦ କେଜି ଗଞ୍ଜେଇ ଜବତ ହୋଇଛି।

ଏକ ବ୍ୟାଗରେ ବାହାଘର କାର୍ଡ ସହ ଗଞ୍ଜେଇ ଚାଲାଣ ହେଉଥିଲା। ସେହିପରି ହଣ୍ଡପା ଅଞ୍ଚଳରୁ ୪୮ କେଜି ଗଞ୍ଜେଇ ଜବତ ହୋଇଛି। ୨ଟି ଘଟଣାରେ ୬କୁ ଗିରଫ କରିଛି ପୁଲିସ।

କେବିକେ କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ଘରେ ରେଡ୍‌

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା କେବିକେ କ୍ଷୁଦ୍ର ଜଳସେଚନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘର ଓ ଅଫିସରେ ଚଢ଼ାଉ ଚାଲିଛି।

ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୮ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ। ଭୁବନେଶ୍ୱର ୩, ଅନୁଗୁଳ ୩ ଓ ଭବାନୀପାଟଣାର ୨ଟି ସ୍ଥାନରେ ଚଢାଉ ଚାଲିଛି।

ଭିଜିଲାନ୍ସ ଜାଲରେ ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଏକାଧିକ ସ୍ଥାନରେ ରେଡ୍ ଚାଲିଛି।

କେବଳ ଭୁବନେଶ୍ୱରରେ ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି।

କୋରାପୁଟରେ ମୃଦୁ ଭୂକମ୍ପ

କୋରାପୁଟ ଜିଲ୍ଲା ନାରାୟଣପାଟଣା ଓ ଲକ୍ଷ୍ମୀପୁର ଆଖପାଖ ଅଞ୍ଚଳରେ ସକାଳ ୫ଟା ୫ ମିନିଟରେ ଆଖପାଖ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି।

ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୩.୮ ରହିଛି। ଜଗଦଲପୁର ଠାରୁ ୧୨୯ କିମି ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ। ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ।

Nuakhai wishes