ଥଣ୍ଡା ଜ୍ବର ଥିଲେ ପିଲାଙ୍କୁ ସ୍କୁଲ ଛାଡନ୍ତୁନି : ଗଣଶିକ୍ଷା ମନ୍ତ୍ରୀ

ଥଣ୍ଡା ହୋଇଥିଲେ ପିଲାମାନଙ୍କୁ ସ୍କୁଲ ଛାଡନ୍ତୁ ନାହିଁ ବୋଲି ଅଭିଭାବକଙ୍କ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି।

ସବୁ ଥଣ୍ଡା ଜ୍ଵର କୋଭିଡ ନୁହେଁ, କିନ୍ତୁ ଥଣ୍ଡା ଜ୍ବର ଥିଲେ ପିଲାଙ୍କୁ ଛାଡନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେବା ପରେ ଗଣଶିକ୍ଷା ମନ୍ତ୍ରୀ ଏହି ପରାମର୍ଶ ଦେଇଛନ୍ତି।

ମହାବିଦ୍ୟାଳୟ ନୂତନ କୋଠା ପାଇଁ ଭୂମିପୂଜା ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମହିଳା ମହାବିଦ୍ୟାଳୟର ନୂତନ କୋଠା ନିର୍ମାଣ ନିମନ୍ତେ ଆଜି ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି।

ନୂତନ ଭୂମି ଶିଳାନ୍ୟାସ କରିଛନ୍ତି ନଗରପାଳ ଧର୍ମାନନ୍ଦ ଓ ଉପ-ଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁ ।

ଝାରପଡା ଜେଲରେ ଥିବା ଗ୍ରୀନ-ରେ ସଂସ୍ଥା ଏମଡିଙ୍କ ମୃତ୍ୟୁ

ବିଭିନ୍ନ ମାମଲାରେ 2017 ମସିହାରୁ ଗିରଫ ହୋଇ ଝାରପଡା ଜେଲରେ ଥିବା ଚିଟଫଣ୍ଡ ସଂସ୍ଥା ଗ୍ରୀନ -ରେ ର ଏମଡି ମୀର ସହିରୁଦ୍ଦିନଙ୍କର ଆଜି ବାଥରୁମରେ ଗୋଡ଼ ଖସିଯିବାରୁ ମୃତ୍ୟୁ ଘଟିଥିବା ଜେଲ. ପକ୍ଷରୁ କୁହାଯାଇଛି l

ଝାରପଡ଼ା ଜେଲରେ କରାଗଲା ଜେଲ୍ ପରେଡ୍

ଭୁବନେଶ୍ୱରରେ ଅପରାଧୀଙ୍କୁ ସାବାଡ୍ କରିବାକୁ ଜେଲ୍ ପରେଡ୍ ଆରମ୍ଭ ହୋଇଥିବା ବେଳେ ସବୁ ଥାନା ଏଏସପି, ଆଇଆଇସି ଓ ପିଓପିଡି ଟିମ୍ ଅଫିସର ସାମିଲ ହୋଇଥିଲେ।

ଗତ ସପ୍ତାହକରେ ଗିରଫ ଅଫରାଧୀଙ୍କ ସମ୍ପର୍କରେ ତଥ୍ୟ ନେଇଛି ପୁଲିସ।ଆଗକୁ ସପ୍ତାହର ସବୁ ରବିବାରରେ ଜେଲ୍ ପରେଡ୍ ହେବ।

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡ ଉଦଳା ଥାନା ଅନ୍ତର୍ଗତ ତଳ ଖୁଣ୍ଟାପାଳ ଗ୍ରାମର ଦିନା କାର୍ଜି (୪୧) ବିଳମ୍ବିତ ରାତ୍ର ସମୟରେ ବର୍ଷା କାରଣରୁ ଘର ଉପରେ ପଲିଥିନ ଟାଣୁ ଥିବା ବେଳେ ଗଛ ଡାଳରେ ଲାଗିଥିବା ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ ।

ବିଦ୍ୟୁତ ବିଭାଗକୁ ଖବର ଦେବା ପରେ ବିଦ୍ୟୁତ ବିଚ୍ଛିନ୍ନ କରାଯାଇଥିଲା । ଗୁରୁତର ଅବସ୍ଥାରେ ଦମକଳ ସାହାଯ୍ୟରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା । କିଛି ସମୟ ମଧ୍ୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

Nuakhai wishes