ମନ୍ତ୍ରୀ ଊଷା ଦେବୀ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ କଳାପତାକା ପ୍ରଦର୍ଶନ

ଆଜି ମନ୍ତ୍ରୀ ଊଷା ଦେବୀ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଠଗଡ଼ ବସଷ୍ଟାଣ୍ଡ ଉଦଘାଟନ ପାଇଁ ଗଲା ବେଳେ କଳାପତାକା ପ୍ରଦର୍ଶନ କରିଛି ଯୁବ କଂଗ୍ରେସ।

ଚାନ୍ଦବାଲି ଛକରେ କଳାପତାକା ଦେଖାଇ ନାରାବାଜି କରିଛନ୍ତି ଯୁବ କଂଗ୍ରେସ କର୍ମୀ।

ଆଦର୍ଶ ଆଚରଣ ବିଧି ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ: ସିଇଓ

ଆଦର୍ଶ ଆଚରଣ ବିଧିକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଭୋଟରଙ୍କୁ ଲାଞ୍ଚ, ଧମକାଇବା ଓ ପ୍ରଲୋଭିତ କରିବା ଅପରାଧ।

ଧାମନଗର ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ନିର୍ବାଚନ କମିଶନଙ୍କ ସି ଭିଜିଲ୍ ଆପରେ ଅଭିଯୋଗ କରିବାକୁ ଅପିଲ କରିଛନ୍ତି ସିଇଓ।

ଆଦର୍ଶ ଆଚରଣ ବିଧି ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ: ସିଇଓ

ଆଦର୍ଶ ଆଚରଣ ବିଧିକୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଭୋଟରଙ୍କୁ ଲାଞ୍ଚ, ଧମକାଇବା ଓ ପ୍ରଲୋଭିତ କରିବା ଅପରାଧ।

ଧାମନଗର ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ଭାଙ୍ଗିଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ନିର୍ବାଚନ କମିଶନଙ୍କ ସି ଭିଜିଲ୍ ଆପରେ ଅଭିଯୋଗ କରିବାକୁ ଅପିଲ କରିଛନ୍ତି ସିଇଓ।

ରାଷ୍ଟ୍ରୀୟ ବୃଦ୍ଧଜନ ସ୍ଵାସ୍ଥ୍ୟ ସେବା କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଆଜି ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ଆନୁକୂଲ୍ୟରେ ରାଷ୍ଟ୍ରୀୟ ବୃଦ୍ଧଜନ ସ୍ଵାସ୍ଥ୍ୟ ସେବା କାର୍ଯ୍ୟକ୍ରମ ତଥା ସ୍ଵାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ ସୁବଳୟା ସେକ୍ଟର ଅଞ୍ଚଳର ୬୦ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।

ଆଜି ଉଦଘାଟନ ହେବ ବିନିକା ଓଡ଼ିଶା ଆଦର୍ଶ ବିଦ୍ୟାଳୟ

ଗୁଣାତ୍ମକ ଶିକ୍ଷାର ପ୍ରସାର ପାଇଁ ଏବଂ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷାଦାନ ନିମନ୍ତେ ବିନିକାର ପୁଣ୍ୟପୀଠ ପାପକ୍ଷୟ ରାସ୍ତାରେ ନିର୍ମାଣ ହୋଇଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆଜି ଅପରାହ୍ନରେ ବିଧାୟକ ପଦ୍ମନାଭ ବେହେରାଙ୍କ କର କମଳରେ ଉଦଘାଟିତ ହେବ ।

ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମେତ ଶିକ୍ଷା ବିଭାଗର ପଦାଧିକାରୀ,ନିର୍ମାଣକାରୀ ସଂସ୍ଥା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍କୁଲ ତରଫରୁ ସୂଚନା ଦିଆଯାଇଛି ।

ଭୁବନେଶ୍ଵରରେ ସାଧୁସନ୍ଥଙ୍କ ଶାନ୍ତି ଶୋଭାଯାତ୍ରା

ଭୁବନେଶ୍ଵରରେ ଆଜିଠୁ ଦୁଇ ଦିନ ଯାଏଁ ଶାନ୍ତି ଶୋଭାଯାତ୍ରା କରିବେ ବୁଦ୍ଧ ସାଧୁସନ୍ଥ।

ପୂଜାପାଠରେ ଶାନ୍ତି ସ୍ତୁପ ଧଉଳି ପ୍ରକମ୍ପିତ ହେବ। ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଥିବା ସୁବର୍ଣ୍ଣ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ଯୋଗ ଦେବେ।

୧୫ ବର୍ଷୀୟ ନାବାଳକର ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର ଖାରବେଳନଗର ଥାନା ଭଗବତୀ ବସ୍ତିର ଜଣେ ନାବାଳକର ଝୁଲନ୍ତା ମୃତଦେହ ବସ୍ତି ଠାରୁ ଅଳ୍ପଦୂରରୁ ଉଦ୍ଧାର ହୋଇଛି।

ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି।

ଫୁଲମୁଠି ୨ନଂ ଅଙ୍ଗନୱାଡ଼ି କେନ୍ଦ୍ରର ଶିଶୁଙ୍କୁ ପୋଷାକ ବଣ୍ଟନ

ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ ଫୁଲମୁଠି ୨ନଂ ଅଙ୍ଗନୱାଡ଼ି କେନ୍ଦ୍ରରେ ଅଧ୍ୟୟନରତ ୩୦ଜଣ କୁନି କୁନି ଶିଶୁଙ୍କୁ ଆଜି ନୂତନ ପୋଷାକ ବଣ୍ଟନ କରାଯାଇଥିଲା ।

ୱାର୍ଡ ସଭ୍ୟ ହରିବନ୍ଧୁ ରଣା ମୁଖ୍ୟଅତିଥି ଭାବେ ଯୋଗଦେଇ ପୋଷାକ ବଣ୍ଟନ କରିଥିଲେ ।କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି କର୍ମୀ କଳ୍ପନା ପୂଜାରୀ ପରିଚାଳନା କରିଥିଲେ ।

ଏସବିଆଇ ଏଟିଏମ ଲୁଟ ଘଟଣାରେ ତିନି ଗିରଫ

ଢ଼େଙ୍କାନାଳ ଗନ୍ଦିଆ ଥାନା ବରପଦା ନିକଟରେ ଏସବିଆଇ ଏଟିଏମ ଲୁଟ ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ଗନ୍ଦିଆ ପୁଲିସ।

ଦୁଇ ଲକ୍ଷ ୫୬ ହଜାର ଟଙ୍କା ସହ ଗୋଟିଏ କାର, ପେନ୍ ଡ୍ରାଇଭ୍ ଜବତ କରିଛି ପୁଲିସ। ଗତ ତିନି ତାରିଖରେ ଏଟିଏମ୍ ତାଡି ମୋଟ ୨୨ ଲକ୍ଷ ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ ।

ବିନିକା ୨ନଂ ଜୋନରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା

ସୁବର୍ଣ୍ଣପୁର ଜିଲ୍ଲା ବିନିକା ୨ନଂ ଜିଲ୍ଲାପରିଷଦ ଜୋନ ଅଧିନସ୍ଥ ଗ୍ରାମ ଗୁଡିକରେ ଆଜି ବିଜେଡି ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି।

ଏଥିରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ ଓ ବିଜେଡ଼ିର ନୀତି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଲୋକଙ୍କୁ ସଚେତନ କରିଥିଲେ । ଏହି ଅବସରରେ ବହୁ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ ।

Nuakhai wishes