କ୍ୟାପିଟଲ ହସ୍ପିଟାଲରେ 5ଟି ସଚିବ

5ଟି ସଚିବ ଭି କେ ପାଣ୍ଡିଆନ ଆଜି କ୍ୟାପିଟଲ ହସ୍ପିଟାଲର ଭିତ୍ତିଭୂମିର ବିକାଶ ନେଇ ସମୀକ୍ଷା କରିବା ସହ ଟ୍ରମା କେୟାର ଓ ମେଡିକାଲ କଲେଜ ଭିତ୍ତିଭୂମିର ସମୀକ୍ଷା କରିଛନ୍ତି ।

୨୮୦ କୋଟି ଟଙ୍କାର ପିଜି ବ୍ଲକ ବୁଲି କାର୍ଯ୍ୟର ସମୀକ୍ଷା କରିଛନ୍ତି।

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତ ସଭାଗୃହ ଠାରେ ଆଜି ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସାହା ମିଳିତ ଆନୁକୁଲ୍ୟରେ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏଥିରେ ୧୩୨ ଗୋଟି ଅଭିଯୋଗ ପୁଞ୍ଜିକରଣ ହୋଇଥିବା ବେଳେ ୫୪ ଗୋଟି ଅଭିଯୋଗ ତୁରନ୍ତ ସମାଧାନ ହୋଇଥିବା ନେଇ ଜିଲ୍ଲା ସୂଚନା ଲୋକସମ୍ପର୍କ ବିଭାଗ ଅଧିକାରୀ ରୀତିକାନ୍ତ ବଲିଆର ସିଂ ପ୍ରକାଶ କରିଛନ୍ତି।

ଚର୍ଚ୍ଚାରେ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ଭାଷଣ

ନବୀନ ଦାୟିତ୍ବ ନେବା ପରେ ମୁଁ ବିଧାୟକ ହେଲି, ମୋତେ ମନ୍ତ୍ରୀ, ମୁଖ୍ୟ ସଚେତକ କରାଗଲା, ହାରିବା ପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ କଲେ, କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି, ସେଥିପାଇଁ ଆମକୁ ସତର୍କ ହେବାକୁ ପଡ଼ିବ ବୋଲି ପୁରୀ ସଦର ବ୍ଲକ ମାଳସାହିରେ ଜନସଂପର୍କ ପଦଯାତ୍ରାରେ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଷଡ଼ଯନ୍ତ୍ରକୁ ଉଚିତ ଜବାବ ଦେବାକୁ ପଡ଼ିବ,
କିଛି ଭାବୁଛନ୍ତି ଯାହା ନିଷ୍ପତ୍ତି ନେବେ ସମସ୍ତେ ମାନିବେ, କିନ୍ତୁ ଆମେ ମରିଯିବୁ କିନ୍ତୁ ସାଲିସ କରିବୁନି।

ଶିଶୁ ସମ୍ମାନ ପୁରସ୍କାର କାର୍ଯ୍ୟକ୍ରମ

ଆଜି ବରଗଡ଼ ଜିଲ୍ଲା ବରଗଡ଼ ବ୍ଳକ ତୋରା ଗ୍ରାମରେ ଛୋଟ ଛୋଟ ପିଲାମାନଙ୍କୁ ଉତ୍ସାହିତ କରି ପିଲାଙ୍କ ଭବିଷ୍ୟତ କେମିତି ଭଲ ହୋଇ ଭଲ ମଣିଷ ହୋଇ ଗ୍ରାମ ଓ ଦେଶର ଉନ୍ନତି କରିବେ ଏହି ଚିନ୍ତା ଧାରା ନେଇ ତୋରା ଗ୍ରାମର ଯୁବ ଗୋଷ୍ଠୀ ସଂଘ ଦ୍ବାରା ଆଜି ଶିଶୁ ସମ୍ମାନ ପୁରସ୍କାର କାର୍ଯ୍ୟକ୍ରମର ଆୟୋଜନ ହୋଇଛି।

ଚର୍ଚ୍ଚାରେ ବିଜେଡି ନେତା ସଞ୍ଜୟ ଦାସବର୍ମାଙ୍କ ଭାଷଣ

ନବୀନ ଦାୟିତ୍ବ ନେବା ପରେ ମୁଁ ବିଧାୟକ ହେଲି, ମୋତେ ମନ୍ତ୍ରୀ, ମୁଖ୍ୟ ସଚେତକ କରାଗଲା, ହାରିବା ପରେ ଯୋଜନା ବୋର୍ଡ ଉପାଧ୍ୟକ୍ଷ କଲେ, କିନ୍ତୁ ଆଜି ପରିସ୍ଥିତି ବଦଳି ଯାଇଛି, ସେଥିପାଇଁ ଆମକୁ ସତର୍କ ହେବାକୁ ପଡ଼ିବ ବୋଲି ପୁରୀ ସଦର ବ୍ଲକ ମାଳସାହିରେ ଜନସଂପର୍କ ପଦଯାତ୍ରାରେ ବିଜେଡି ନେତା ସଞ୍ଜୟ ଦାସବର୍ମା କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ଷଡ଼ଯନ୍ତ୍ରକୁ ଉଚିତ ଜବାବ ଦେବାକୁ ପଡ଼ିବ,
କିଛି ଭାବୁଛନ୍ତି ଯାହା ନିଷ୍ପତ୍ତି ନେବେ ସମସ୍ତେ ମାନିବେ, କିନ୍ତୁ ଆମେ ମରିଯିବୁ କିନ୍ତୁ ସାଲିସ କରିବୁନି।

ପ୍ରତ୍ୟେକ ଶିଶୁର ଅନ୍ତର୍ନିହୀତ ପ୍ରତିଭାକୁ ଆଗେଇ ନେବାକୁ ପଡିବ: ବିଶିଷ୍ଟ ଶିଶୁ ସାହିତ୍ୟିକ

ଭୁବନେଶ୍ୱର ରୋଟାରୀ କ୍ଲବ ସଭାକକ୍ଷରେ ସିସିଡବ୍ଲୁଡି ଓ ଆକ୍ସନ୍‌ଏଡ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଶିଶୁଦିବସ-୨୦୨୨ ଅବସରରେ ପ୍ରତ୍ୟେକ ଶିଶୁର ଅନ୍ତର୍ନିହୀତ ପ୍ରତିଭାକୁ ଚିହ୍ନଟ କରିବା ଓ ପ୍ରତ୍ୟେକ ଶିଶୁମାନଙ୍କ ପାଇଁ ସୁରକ୍ଷିତ ପରିବେଶ ଗଢ଼ିତୋଳିବା ପାଇଁ ଅତିଥିମାନେ ମତବ୍ୟକ୍ତ କରିଥିଲେ।

ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ଶରତ କୁମାର ନାୟକ ଯୋଗ ଦେଇଥିଲେ।

କାଗଜ ଡଙ୍ଗା ପ୍ରସ୍ତୁତ କରି ରେକର୍ଡ କଲା କଟକ

କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ ୱାର୍ଲ୍ଡ ବୁକ ଅଫ୍ ରେକର୍ଡ କରିଛି କଟକ।

୩୫ ମିନିଟରେ ୨୩ ହଜାରରୁ ଉର୍ଦ୍ଧ୍ବ ଡଙ୍ଗା ପ୍ରସ୍ତୁତ କରି ରେକର୍ଡରେ ସାମିଲ ହୋଇଛି କଟକ। ୨୦ଟି ସ୍କୁଲର ୨,୧୬୯ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଥିଲେ ଡଙ୍ଗା।

ଚାଷୀଙ୍କ ପାଇଁ ଇନପୁଟ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମରୁଡି ପ୍ରଭାବିତ ଅଞ୍ଚଳ ପାଇଁ ଇନପୁଟ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସହାୟତା ପାଇଁ ରାଜ୍ୟ ରାଜକୋଷରୁ ୨ ଶହ କୋଟି ଟଙ୍କା ବ୍ୟୟ ହେବ।

Nuakhai wishes