ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତଥା କନ୍ଧମାଳ ଜିଲ୍ଲା ସୀମା ବରଡା ରେଞ୍ଜର ପଳାଶପଲ୍ଲୀ ଅଞ୍ଚଳରେ ଗତକାଲି ରାତି ଏକ ଛୁଆ ହାତୀ ଏକ କୂଅ ଭିତରେ ଖସି ପଡିଛି l ଆଜି ସକାଳେ ସ୍ଥାନୀୟ ଲୋକେ ଏହା ଦେଖି ବନ ବିଭାଗ କର୍ମଚାରୀଙ୍କୁ ଖବର ଦେବା ପରେ ତାକୁ ଉଦ୍ଧାର ଉଦ୍ୟମ ଚାଲିଛି l
ତେବେ ହାତୀପଲଙ୍କ ଆତଯାତକୁ ଲକ୍ଷ୍ୟ ରଖି ଅଞ୍ଚଳରେ ବିଦ୍ୟୁତ କାଟ କରାଯାଇଥିବାରୁ ଲୋକେ ହଇରାଣ ହୋଇଛନ୍ତି l