କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟରେ ୧୯୯୬ରୁ ଚାଲୁଥିବା ଶିଶୁ ବିଦ୍ୟାମନ୍ଦିର ବୈତରଣୀ ବିହାର ସ୍ୱାମ ପାଟଣାର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀକୁ ସରକାରୀ ସ୍ୱୀକୃତି ମିଳିଛି।
ଏହି ସ୍କୁଲକୁ ସରକାରୀ ସ୍ୱୀକୃତି ମିଳିଥିବାରୁ ଏହାର ପରିଚାଳନା ପରିଷଦର ସଭାପତି ଅରବିନ୍ଦ ଦାଶ, ସମ୍ପାଦକ ମୁରଲୀ ଧର ମହାନ୍ତ, ପ୍ରଧାନ ଆଚାର୍ଯ୍ୟ ସତ୍ୟ ଜିତ ପ୍ରଧାନ କେନ୍ଦୁଝର ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ପାଟଣା ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣ ଚନ୍ଦ୍ର ଅମାତଙ୍କୁ ସାଧୁବାଦ ଜଣାଇଛନ୍ତି।