କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ କ୍ଷୀରେଇ ଟାଙ୍ଗିରି ଦେଇ ଯାଇଥିବା ମୁମ୍ବେଇ -କଲିକତା ୪୯ ନମ୍ବର ଜାତୀୟ ରାଜପଥ କ୍ଷୀରେଇଟାଙ୍ଗିରୀ ଟୋଲଗେଟ ନିକଟରେ ବୁଧବାର କ୍ଷତିପୂରଣ ଦାବି ସହ ଟୋଲଗେଟ ନିକଟରୁ ବେଆଇନ ପାର୍କିଂ ଉଠାଇବା ସହ ଷ୍ଟ୍ରିଟ ଲାଇଟ ଲଗାଇବା ଦାବିରେ ଟୋଲଗେଟ ନିକଟରେ ଶତାଧିକ ଲୋକ ଧାରଣା ଦେଇ ରାଜପଥକୁ ଅବରୋଧ କରିଛନ୍ତି ।
ସୂଚନା ଅନୁସାରେ, ମଙ୍ଗଳବାର ରାତ୍ରି ଉକ୍ତ ଟୋଲ ଗେଟ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କ୍ଷୀରେଇଟାଙ୍ଗିରୀ ଗ୍ରାମର ଜେମ୍ସ ନାଏକଙ୍କ ମୃତ୍ୟୁ ପରେ ଏଠାରେ ଉତ୍ତେଜନା ଦେଖାଦେଇଛି।