କଳାହାଣ୍ଡି ଜିଲ୍ଲାର ସିଙ୍ଗାରି ଘାଟିରେ ଆଜି ଏକ ଭ୍ୟାନ ଓଲଟି ପଡିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଆହତ 9 ଜଣଙ୍କୁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି l
କେତେକ ଲୋକ ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ଗ୍ରାମରୁ ରାସନ ଚାଉଳ ନେଇ ବାର୍ସିକୋନାକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ହୋଇଥିଲା l