ନଦୀ ଗୁଡ଼ିକର ସୁରକ୍ଷା ଦାବି କଲା ବିଜେପି

କେନ୍ଦୁଝର ଜିଲ୍ଲା ସଦର ଓ ଚମ୍ପୁଆ ସବଡିଭିଜନରେ ନଦୀ ନାଳରୁ ବାଲି ମାଫିଆମାନଙ୍କ ଖୁଲମଖୁଲା ବାଲି ଚୋରା ଚାଲାଣ ପ୍ରତିବାଦ ଓ ସେ ସବୁର ସୁରକ୍ଷା ଦାବିରେ ଆଜି ବିଜେପି ନଦୀ ସୁରକ୍ଷା ସମିତି (ନମାମି ଗଙ୍ଗେ)ର ରାଜ୍ୟ ସଂଯୋଜକ ମହେଶ୍ଵର ସାହୁଙ୍କ ନେତୃତ୍ଵରେ କେନ୍ଦୁଝର ଓ ଚମ୍ପୁଆ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ଉପଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଜ୍ୟପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି।

ନଦୀ ମାନଙ୍କରୁ ମନଇଚ୍ଛା ପାଣି ବ୍ୟବହାର ଉପରେ କଟକଣା ଲଗାଇବାକୁ ଓ ପ୍ରଦୂଷଣ ମୁକ୍ତ କରିବାକୁ ଜିଲ୍ଲ ସଂଯୋଜକ ସୁବ୍ରତ ମହାନ୍ତି ଦାବି କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes