କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଘରେ କେହି ନଥିବାର ସୁଯୋଗ ନେଇ ଘରେ ପଶି ବଳାତ୍କାର କରିଥିବା ଅଭିଯୋଗରେ ବଡ଼ ଗମ୍ଭାରୀଆ ଗ୍ରାମର ଦୁଃଶାସନ ମୁଣ୍ଡାଙ୍କୁ ତୁରୁମୁଙ୍ଗା ପୁଲିସ ଗୁରୁବାର ଗିରଫ କରି କୋର୍ଟ ଚାଲାଣ କରିଛି।
ଅଭିଯୋଗ ଅନୁଯାୟୀ ଗତ ମଙ୍ଗଳବାର ସନ୍ଧ୍ୟାରେରେ ଅଭିଯୁକ୍ତ ଦୁଃଶାସନ ନାବାଳିକାର ଘରେ ପଶି ଜୋର ଜବରଦସ୍ତ ବଳାତ୍କାର କରିଥିଲା।